Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଉତ୍ସଵ ଘୁମୁରା ପାଇଁ ବୁଢ଼ାରଜା ପୀଠ ରୁ ମଶାଲ ଯାତ୍ରା, ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି ଜିଲ୍ଲାର ର ଲୋକକଲା,ପରମ୍ପରା ଓ ସଂସ୍କୃତି ର ର ମହାକୁମ୍ଭ କଳାହାଣ୍ଡି ଉତ୍ସଵ ଘୁମରା ଆସନ୍ତା ୧୪ ତାରିଖ ଠାରୁ ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଶୁକ୍ରବାର କଳାହାଣ୍ଡି ଉତ୍ସଵ ପାଇଁ କୋକସରା ବ୍ଲକ ଆମପାଣି ବୁଢ଼ାରଜାଦେବ ମନ୍ଦିର ରୁ ଆଜ୍ଞାମାଳ ଓ ମଶାଲ ପୂଜାର୍ଚ୍ଚନା ପରେ ନେହେରୁ ଯୁବାକେନ୍ଦ୍ର ର ସ୍ବେଛାସେବୀ ମାନେ ବାଇକ ରେ ମଶାଲ ନେଇ ଭବାନୀପାଟଣା ଅଭିମୁଖେ ଯାତ୍ରା କରିଛନ୍ତି। ବୁଢ଼ାରଜା ମନ୍ଦିର ପରିସର ରେ ମଶାଲ ଶୋଭାଯାତ୍ରା କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ସାମାଜିକ କର୍ମି ମନୋରଞ୍ଜନ ବାଣୁଆ, ସୋନୁ ଅଗ୍ରୱାଲ, ଭାସ୍କର ରାଓ,କାଉଡୋଳା ଛକ ରେ ସରପଞ୍ଚ ଦେବିସିଂ ତାଣ୍ଡି, ପିଇଓ ରୋହିତ ଠାକୁର ଗ୍ରାମବାସୀ ଓ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ଠାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ହିସାବରକ୍ଷକ ଅଧିକାରୀ ଅଶୋକ ସେଠି, ମୁଖ୍ୟ କିରାଣୀ ନାଏକ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ସୁକାନ୍ତ ବେହେରା, ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖରସେଲ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମଶାଲ ଯାତ୍ରା କୁ ଭବାନୀପାଟଣା ଅଭିମୁଖେ ବିଦାୟ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ