ଖଣ୍ଡହତା ୟୁ ପି ସ୍କୁଲ ରେ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ସରକାରୀ ୟୁପି ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ହୋଇଥିବା ଉକ୍ତ କ୍ରୀଡ଼ା ର ଉଦଘାଟନୀ ଉତ୍ସବରେ ସ୍କୁଲ ର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାଏକ ଅଧ୍ୟକ୍ଷତା କରିଥିଲା । ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ବାର୍ଷିକ କ୍ରୀଡ଼ା ରେ ୫୦ ମିଟର ଦୌଡ , ୧୦୦ମିଟର ଦୌଡ , ୨୦୦ମିଟର , ୪୦୦ମିଟର ,୬୦୦ମିଟର ଦୌଡ , ଅଙ୍କ ଦୌଡ , ଅଖା ଦୌଡ ଆଦି ୩୩ ଟି ପ୍ରତିଯୋଗିତା ହୋଇଥିଲା । ଏଥିରେ ସ୍କୁଲ ର ସମୁଦାୟ ୨୪୨ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶୁକ୍ରବାର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଏ ବି ଇ ଓ ସୁଶିଲ ପରିଡ଼ା ମୁଖ୍ୟ ଅତିଥି ଏବଂ ସ୍କୁଲ ପରିଚାଳନା କମିଟି ର ଅଧ୍ୟକ୍ଷ ଗଙ୍ଗାଧର ସାହୁ , ବରିଷ୍ଠ ଶିକ୍ଷକ ବଳରାମ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଶିକ୍ଷକ ସୁଶିଲ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତି ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ସୀମା ବାଘ ଓ ମଞ୍ଜୁ ମାଝୀ ପୁରସ୍କାର ବିତରଣି ରେ ସହଯୋଗ କରିଥିଲେ । ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୯୯ଜଣ ଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା । ବାଳିକା ବିଭାଗରୁ ଅନ୍ନପୂର୍ଣ୍ଣା ସାହୁ ଓ ବାଳକ ବିଭାଗରୁ ବାବୁଲା ପଧାନ ଙ୍କୁ ଚାମ୍ପିଅନ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଳ ଶିକ୍ଷକ ଶେଷଦେବ ପ୍ରଧାନ ପରିଚାଳନା କରିଥିଲେ। ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ I