Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ”ପାଇଁ ତଦାରଖ

ଗୋପାଳପୁର ୧୩/୦୧
୧୫ ତାରିଖରେ ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ” ପାଳନ ପାଇଁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଆଜି ଅପରାହ୍ନରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ବିକ୍ରମ କୁମାର ପଣ୍ଡା ବେଳାଭୂମିରେ ପହଞ୍ଚି ମକର ମହୋତ୍ସବ ପାଇଁ ସ୍ଥାନୀୟ ଲୋକ, ଦଳୀୟ କର୍ମୀ ଓ ମତ୍ସଜୀବିଙ୍କ ସହ ଆଲୋଚନା କରିବା ସହ ମହୋତ୍ସବ ସ୍ଥଳ ବୁଲି ଦେଖିଥିଲେ l ତାଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ମକର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଉଷା ଦେବୀ, ରାଜ୍ୟ ସଭା ସାଂସଦ ମାନସ କୁମାର ମଙ୍ଗରାଜ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କ ସମେତ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ ଏବଂ ବିଧାୟକ ଓ ବିଧାୟିକା, ବ୍ରହ୍ମପୁର ମେୟର,ଡେପୁଟି ମେୟର,ଗୋପାଳପୁର ନିର୍ବାଚନମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧ୍ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ବିଶିଷ୍ଟ ବ୍ୟକ୍ତି ଗଣ ଉପସ୍ଥିତ ରହିବେ | ତାହାସହ ସନ୍ଧ୍ୟାରେ ରଙ୍ଗାରଙ୍ଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ l ଏଥିରେ ହାଇଦ୍ରାବାଦର ପ୍ରସିଦ୍ଧ ଜର୍ବରଦସ୍ତ ଗୃପର ସଦସ୍ୟ ମୁରଲୀ, ମୋହନ ଓ ବାସିର ପ୍ରମୁଖ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ | ଏହାସହ ଓଡ଼ିଆ ଗାୟକ ନାଭିଆ ଯାଇତି ଏବଂ ବିଶିଷ୍ଟ ଉଦୋଘସିକା ଶ୍ୱେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ତଦାରଖ ବେଳେ ବିଧାୟକଙ୍କ ସମେତ ଗୋପାଳପୁର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଅଧକ୍ଷ ଏ. ଜାନକୀ ରାମ, ପୂର୍ବତନ ଅଧକ୍ଷ ଶଶୀ ଭୂଷଣ ମହାନ୍ତି, ଡେପୁଟି ମେୟର ଇ. ବିବେକ ରେଡି, ସମାଜସେବୀ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories