Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ

ଗୋପାଳପୁର ୧୩/୧
ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରିପ୍ରେକ୍ଷୀରେ ଆଜି ଗୋପାଳପୁରରେ ଶ୍ରୀରାମଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ଅଯୋଧ୍ୟା ରାମ ମନ୍ଦିରରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ସହ ଅକ୍ଷତ ଚାଉଳ ପ୍ରତ୍ୟେକ ଘରକୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ରାମ ଭକ୍ତ ଯୋଗ ଦେଇ ଜୟ ଶ୍ରୀରାମ ନାରା ଦେଇ ନଗର ପରିକ୍ରମା କରି ଚଳିତ ମାସ ୨୨ ତାରିଖରେ ଘରେ ଏବଂ ସ୍ଥାନୀୟ ମନ୍ଦିର ମାନଙ୍କରେ ଦୀପ ପ୍ରଜ୍ଜଳନ କରି ବହୁ ଆଡ଼ମ୍ବରରେ ପାଳନ କରିବାକୁ କହିଥିଲେ l ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ପଞ୍ଚୁ ବେହେରା, ଜି. ନାରାୟଣା, ପି. ହରି, ରାଜେନ୍ଦ୍ର ଗନ୍ତାୟତ, ପି. ଦୁର୍ଗା ପ୍ରସାଦ, ଲକ୍ଷ୍ମଣ ସାହୁ,ପି. ଆପେୟା, ବିନୋଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories