Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ-ଓ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ : ପୁରୁଷ ବର୍ଗରେ କେସିଙ୍ଗା, ମହିଳା ବର୍ଗରେ ଲାଞ୍ଜିଗଡ ଚମ୍ପିୟାନ

ଲାଞ୍ଜିଗଡ଼,୧୩/୦୧-କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ଦ୍ବିଦିବସୀୟ ନୂଆ-ଓ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ଭଳିବଲ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇ ପ୍ରତିଯୋଗିତାର ଉଦଘାଟନ କରିଥିଲେ। ଉଦଘାଟନୀ ଦିବସରେ ଜିଲ୍ଲାସ୍ତରୀୟ ପୁରୁଷ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ଟି ଦଳ ଭାଗ ନେଇଥିବାବେଳେ କେସିଙ୍ଗା ଦଳ ବିଜୟୀ ହୋଇଥିଲା। ଆଜିର ଉଦଯାପନୀ ଉତ୍ସବରେ ଜିଲ୍ଲାସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୯ ଗୋଟି ଦଳ ଭାଗ ନେଇଥିବାବେଳେ କୋକସରା ବ୍ଲକକୁ ପରାଜିତ କରି ଆୟୋଜକ ଲାଞ୍ଜିଗଡ଼ ବିଜୟୀ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ମୁଣ୍ଡ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ ନାୟକ, ବିଡିଓ ଶଶାଙ୍କ ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ସମିତି ସଭ୍ୟ ଜଗଦୀଶ ବେନିଆଁ, ମନୋହର ହରପାଲ ପ୍ରମୁଖ ଯୋଗଦେଇଥିଲେ। ସାମ୍ବାଦିକ ଗୋପାଳଦାସ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ତଥା ନୂଆ-ଓ ନୋଡ଼ାଲ ଅଫିସର ଅରବିନ୍ଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଜିପିଇଓ ସରୋଜ ପ୍ରଧାନ, ଭୋଳାନାଥ ଭୋଇ, ପୀତବାସ ସାହୁ, ଭୂଜନ ହାତୀଙ୍କ ସମେତ ଜିଲ୍ଲା ତଥା ବିଭିନ୍ନ ବ୍ଲକର କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ରୋଭର କିଶୋର ଘଡ଼େଇଙ୍କ ନେତୃତ୍ୱରେ ସ୍କାଉଟ ଛାତ୍ର ଏବଂ ଗୋପବନ୍ଧୁ ହାଇସ୍କୁଲର ୟୁଥ ରେଡକ୍ରସର ଛାତ୍ରଛାତ୍ରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ