ବାଙ୍ଗାଲୋର ରୁ ଘରକୁ ଆସିଲା ଦାଦନ ଯୁବକଙ୍କ ମୃତଦେହ

ବୀରମହାରାଜପୁର : (ସୌମିତ୍ରି ମେହେର)
ଦାଦନ ଯାଇଥିବା ପୁଣି ଜଣେ ଯୁବକ ଙ୍କ ମୃତ୍ୟୁ। ମୃତ ଦାଦନ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଗରିଆମୁଣ୍ଡା ଗ୍ରାମର ଅଚ୍ୟୁତ ନାଏକ (୨୫) । ଯୁବକ ଜଣକ ଆଜିକୁ ୪ ବର୍ଷ ହେଲା ଗ୍ରାମର ଆଉ କେତେ ଜଣ ଯୁବକ ଙ୍କ ସହିତ ବାଙ୍ଗାଲୋର ର ନଦେକେରପ୍ପା ସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆ , ଆନ୍ଦ୍ରହଲ୍ଲି ମେନ୍ ରୋଡ ରେ ବୁଲକ ଲିକ୍ୟୁଇଡ ସୋଲ୍ୟୁସନ କମ୍ପାନୀ ରେ କାର୍ଯ୍ୟ କରୁଥିଲେ । ଗୁରୁବାର ଦିନ ଯୁବକ ଜଣକ ଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖନ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଯୁବକ ଜନକଙ୍କ ମୃତ୍ୟୁ ହୋଇଥିଲା । ଶନିବାର ଦିନ ଦାଦନ ଯୁବକ ଙ୍କ ମୃତ ଦେହ ତାଙ୍କ ଗ୍ରାମ ଗରିଆମୁଣ୍ଡା କୁ ଅଣାଯାଇ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।