Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦାଦନ ଯୁବକ ଜଣକ ଥିଲେ ପରିବାରର ଏକ ମାତ୍ର ରୋଜଗାରକ୍ଷମ

ବୀରମହାରାଜପୁର : (ସୌମିତ୍ରି ମେହେର )
ବାଙ୍ଗାଲୋର ରେ ମୃତ ଦାଦନ ଯୁବକ ଜଣକ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଗରିଆମୁଣ୍ଡା ଗ୍ରାମର ଶଙ୍କର ନାଏକ ଓ ତ୍ରିବେଣୀ ନାଏକ ଙ୍କ ଏକ ମାତ୍ର ପୁଅ।ସେ ଅଭିବାହିତ ଅଟନ୍ତି। ତାଙ୍କ ପରିବାର ରେ ଯୁବକ ଙ୍କ ମେଟି ନାଏକ(୨୦ ) ଜଣେ ଅଭିବାହିତ ଭଉଣୀ ମଧ୍ୟ ଅଛନ୍ତି। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଯୁବକ ଜଣକ ଏକ ମାତ୍ର ରୋଜଗାର କ୍ଷମ ଥିଲେ । ପରିବାର ଚଳେଇବା ସହିତ ଭଉଣୀ ର ବିବାହ କରିବା ପାଇଁ ଟଙ୍କା ଆବଶ୍ୟକ ଥିବାରୁ ସେ ଦାଦନ ଯାଇଥିଲେ। ତେବେ ଘରକୁ ମୃତ ଦେହ ଆସିବା ପରେ ପରିବାର ରେ ଶୋକର ଛାୟା ଖେଳିଯାଇଛି l