Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ନବୋଦୟ ବିଦ୍ୟାଳୟରେ ୭.୬୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଶିକ୍ଷା ଜ୍ଞାନ ଦିଏ ଏବଂ ଦକ୍ଷତା ସାମର୍ଥ୍ୟ ବଢାଏ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ବ୍ଦେବଗଡ଼:ଶିକ୍ଷା ଜ୍ଞାନ ଆହରଣର ଅବସର ଦିଏ । ଦକ୍ଷତା ବିକାଶ ଦକ୍ଷତା ଓ ସାମର୍ଥ୍ୟକୁ ବଢାଇଥାଏ । ଶିକ୍ଷା ବ୍ୟବସ୍ଥାରେ ଡିଗ୍ରୀ ଓ ଦକ୍ଷତା ବିକାଶ ଉଭୟ ମହତ୍ତ୍ଵପୂର୍ଣ୍ଣ ବୋଲି ଶନିବାର ଦେବଗଡ଼ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ୭.୬୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟ ସମେତ ଫୁଟବଲ ଫର୍ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ବିଦ୍ୟାଳୟରେ ଆୟୋଜିତ ପ୍ରଦର୍ଶନୀ ବୁଲିବା ସହ ଛାତ୍ରଛାତ୍ରୀଙ୍କ ବୁଦ୍ଧିମତା କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ହେବା ପାଇଁ ପରାମର୍ଶ ଦେଇଥିଲେ । ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଅଙ୍କିତ୍ ସାମନ୍ତ ଏବଂ ଉଦିତ ପ୍ରଧାନଙ୍କ ଦ୍ବାରା ପ୍ରସ୍ତୁତ ପେଟ୍ରୋଲରେ ଇଥାନଲ ବ୍ଲେଣ୍ଡିଂ ପ୍ରକଳ୍ପ ଦେଖ୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ପ୍ରଭାବିତ ବୋଲି ନିଜର ବକ୍ତବ୍ୟରେ କହିଥିଲେ । ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁପ୍ରୋତ୍ସାହିତ କରୁଥିବା ବେଳେ ଏହି ବିଷୟରେ ଉଭୟ ଛାତ୍ରଙ୍କ ମଧ୍ୟରେ ଥିବା ସ୍ପଷ୍ଟତା ମୋର ଆତ୍ମବିଶ୍ବାସ ବଢାଇଛି ।ଆଗାମୀ ଦିନରେ ବିଜ୍ଞାନ ଓ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଅର୍ଥନୀତି ତିଆରି ହେବ । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭର ହେବାକୁ ପଡିବ । ଆତ୍ମନିର୍ଭର ହେବାକୁ ହେଲେ ନିଯୁକ୍ତିଦାତା ହେବାକୁ ପଡିବ । ଚାକିରି ଦେବା ପାଇଁ ହେଲେ ଇନୋଭେସନ ତିଆରି କରିବା ପାଇଁ ପଡିବ ଏବଂ ବଡ ବଡ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଯେଉଁ ପାଠ ପଢାଯାଉଛି । ତାହାର ବୀଜ ରୋପଣ ଦେବଗଡ ନବୋଦୟ ବିଦ୍ୟାଳୟରେ ହୋଇସାରିଲାଣି । ଆଗାମୀ ଦିନରେ ଦେବଗଡର ପିଲାମାନେଆତ୍ମନିର୍ଭରତାର ବୈଶିକ ମଡେଲ ତିଆରି କରିବେ ଏବଂ ନବଦୋୟର ବିଦ୍ୟାଳୟ ତାହାର ପ୍ରୟୋଗଶାଳା ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।ସ୍କୁଲରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ କ୍ଷମତା ବିଶିଷ୍ଟ ବହୁମୁଖୀ ସଭାଗୃହ ,ନବୋଦୟ ବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ଛାତ୍ରୀନିବାସ ବିଦ୍ୟାଳୟରେ ପିଲାଙ୍କ ଦକ୍ଷତା ବିକାଶ ବୃଦ୍ଧି ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍କିଲ୍ ଲ୍ୟାବକୁ ଉଦଘାଟନ କରିଥିଲେ ।ଖୋଲୋ ଇଣ୍ଡିଆ ଓ ଫିଟ୍ଇଣ୍ଡିଆକୁ ପ୍ରୋତ୍ସାହନ ଦିଆଯାଉଛି । ଫୁଟବଲ୍ ଫର୍ ସ୍କୁଲଜିଲ୍ଲାରେ ୫୦ଟି ସ୍କୁଲରେ ୨୭୩ଟି ଫୁଟବଲ ବିତରଣ କରାଯିବ ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଜେଏନଭି ଭୋପାଳ ରିଜିଅନର ଡେପୁଟୀ କମିଶନର ମୃଦୁଳା ତ୍ରିପାଠୀ, ଆସିଷ୍ଟାଣ୍ଡ କମିଶନର ନୀଲମ ପାଣି, ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ ପ୍ରସାଦ ଉପସ୍ଥିତ ଥିଲେ ।