ପାତାଳୀ ଶ୍ରୀ କ୍ଷେତ୍ର ରେ 19 ତମ ପାତାଳୀ ମହୋତ୍ସବ ଫେବ୍ରୁଆରି 10 ରୁ 17 ପର୍ଯ୍ୟନ୍ତ ହେବାକୁଥିବା ପ୍ରସ୍ତୁତି ବୈଠକ ରେ ସ୍ଥିର ହୋଇଛି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ୧୦ରୁ ହେବାକୁ ଥିବା ୧୯ ତମ ପାତାଳୀ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃୟାରୀ ୯ ରେ କଳଶ ଶୋଭାଯାତ୍ରା , ୧୦ ରୁ ଭାଗବତ ସପ୍ତାହ ପାରାୟଣ , ୫୬ ପ୍ରହରୀ ନାମଯଜ୍ଞ , ଘୃତଯଜ୍ଞ , ସାଂସ୍କୃତିକ ସନ୍ଧ୍ୟା ଆଦି ଅନୁଷ୍ଠିତ ହେବ । ଫେବୃଆରୀ ୧୦ ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମମୁଖ ଦର୍ଶନ ହେବ । ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ଙ୍କ ସଭାପତିତ୍ବରେ ଟ୍ରଷ୍ଟ ସଦସ୍ୟ ଜାନକୀରାମ ଦେହେରୀ , ମହାଦେବ ସାହୁ , ଜଗଦୀଶ କର୍ଣ୍ଣ , ଗାଁ ଗଡତ୍ୟା ଚମରା ଅମାତ , ରେଡମ ଗଡତ୍ୟା ନରସିଂହ ପଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷ କରି କ୍ଷେତ୍ରର ସ୍ଵଚ୍ଛତା ପରିମଳ ବ୍ୟବସ୍ଥା , ପାନୀୟଜଳ , ଆଲୋକିକରଣ ଉପରେ ଗୁରୁତ୍ବ ଦିଆଯିବ । ଏହି ମହୋତ୍ସବ ଫେବୃଆରୀ ୧୭ରେ ପୂର୍ଣ୍ଣାହୁତି ହେବ ।