Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଲଙ୍କେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖୀଗୁଡା ଦଳ ଚାମ୍ପିଅନ୍।

କୋକସରା:୧୪/୦୧ କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ରାଜୀବ ଯୁବା ଅନୁଷ୍ଠାନ ଆନୁକୂଲ୍ୟରେ କିକ୍ରେଟ ଟୁର୍ଣ୍ଣାମେଣ୍ଟ ରବିବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ଖେଳ ମୁଖୀଗୁଡା ଓ ପୁଝାରୀଗୁଡା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଟସ ଜିଣି ପୁଝାରୀଗୁଡା ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ବିନିମୟରେ ୮୨ ରନ୍ ସଂଗ୍ରହ କରିଥିଲା। ଜବାବ ରେ ମୁଖୀଗୁଡା ଟିମ୍ ୪ ଉଇକେଟ ବିନିମୟରେ ୮ ଓଭର ୨ ବଳରେ ବିଜୟୀ ହୋଇଥିଲା। ଅମ୍ପିଆର ସୁଶାନ୍ତ ସେଠୀ ଓ ରାଜେନ୍ଦ୍ର ବାଗ ଖେଳ ପରିଚାଳନା କରିଥିଲେ। ସ୍କୋରର ରୁଷ୍ମନ୍ତ କୁମାର୍ ବାଗ ରହିଥିବାବେଳେ କୁନାଲ କର ଓ ଉମେଶ ଚନ୍ଦ୍ର ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ। ମେନ୍ ଅଫ୍ ଦ ସିରିଜ ପୁଝାରୀଗୁଡାର ବିନୋଦ, ମେନ୍ ଅଫ୍ ଦି ମ୍ୟାଚ୍ ବିଶାଳ ନାଏକ ବିବେଚିତ ହୋଇଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ବରାଡଙ୍ଗା ସମିତି ଗୁପ୍ତେଶ୍ୱର ବାଗ, ୱାର୍ଡ଼ ସଭ୍ୟା ଡାଲିମ୍ବ ବାଗ, ପ୍ରଭାକର ନାଏକ, ଶିକ୍ଷକ ତୁଲସୀରାମ ବାଗ, ସମାଜସେବୀ ସୋନୁ ଅଗ୍ରୱାଲ, ଜିତୁ ପଣ୍ଡା, ଧରିତ୍ରୀ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଅତିଥି ମାନଙ୍କ ଦ୍ୱାରା ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ରେଜକି ଚଲାନ, ସମ୍ପାଦକ କୁନା କର, ହେମନ୍ତ କୁମାର ସୁନା, ଯୁଗଲ କିଶୋର ନାଏକ, ତ୍ରିଲୋଚନ ବାଗ, ରାଜମୋହନ ଧ.ମାଝୀ, ବୈଦ୍ୟନାଥ ମାଝୀ, ନବୀନ ରାଉତ, ରୁଷ୍ମନ୍ତ କୁମାର୍ ବାଗ, ଭୁତନାଥ ନାଏକ, ଏକାଙ୍ଗ ଦୁର୍ଗା, ଭୋଲାନାଥ ମଙ୍ଗରାଜ, ବିଶ୍ବମ୍ବର ପୁଝାରୀ, ଦୁଷ୍ମନ୍ତ କୁମାର ବାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ