Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ହାଇସ୍କୁଲରେ ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ଝାରସୁଗୁଡା ୧୪/୦୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ପଞ୍ଚାୟତ ସ୍ଥିତ ଭିକମପାଲି ହାଇସ୍କୁଲରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବରଗଡ଼ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ ଡା.ରଞ୍ଜନ ମହାନ୍ତି ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ସୋଡ଼ାମାଲର ହୋମିଓପ୍ୟାଥିକ ଚିକିତ୍ସକ ଡା.ମାନସ ପିଙ୍ଗ,ଝାରସୁଗୁଡା ବନ୍ଧପାଲି ହୋମିଓପ୍ୟାଥିକ କେନ୍ଦ୍ରର ଡା.ତପନ ଘଡାଇ, ସମରବଗା ହୋମିଓପ୍ୟାଥିକ ଚିକିତ୍ସା କେନ୍ଦ୍ରର ଡା.ଲିଲିମା ଖମାରୀ ଓ ଆସିଷ୍ଟାଣ୍ଟ ଯମୁନା ମୁଣ୍ଡାରୀ ଯୋଗଦାନ କରି ହୋମିଓପ୍ୟାଥିକ ଚିକିତ୍ସାର ଉପକାରିତା ଓ ଚିକିତ୍ସାର ଉପାଦେୟତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବିଷଦ ଭାବେ ବୁଝାଇଥିଲେ । ଏଥିସହ ଶୈଶବସ୍ଥାରେ କିଶୋର ଓ କିଶୋରୀ ମାନଙ୍କ ଠାରେ ହେଉଥିବା ଶାରୀରିକ, ବୌଦ୍ଧିକ ଓ ମାନସିକ ପରିବର୍ତ୍ତନ ଓ ତତ୍ ଜନିତ ସେମାନଙ୍କ ଠାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ତଥା ସେମାନେ ନିଜକୁ ନିଜେ କିପରି ସୁସ୍ଥ ରଖି ପାରିବେ ସେ ବିଷୟରେ ମଧ୍ୟ ଧାରଣା ଦେଇଥିଲେ ।
ଏହି ଅବସରରେ ଯୋଗ ପ୍ରଶିକ୍ଷିକା ରୀନା ବିଶ୍ଵାଳ ଛାତ୍ରଛାତ୍ରୀଙ୍କୁ ଯୋଗାଭ୍ୟାସ କରାଇ ଥିଲେ । ଭିକମପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ନବୀନ କୁମାର ସା, ଦୀପ୍ତି ସିଦାର, ଅନୁପମା ସାହୁ, ଜ୍ୟୋତିଷ ସାହୁ, ବୃନ୍ଦାବନ ସୁନା, ନିତ୍ୟାନନ୍ଦ ନାଏକ, ବିଷ୍ଣୁ ପ୍ରସାଦ ପ୍ରଧାନ, ସୁଶୀଳ ମେହେର, ମାଧବୀଲତା ଖମାରୀ, ପ୍ରଫୁଲ ବଣିଆ, ଏକଲବ୍ୟ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ