Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରୀ ସମ୍ମାନ,ପ୍ରଗତି ଓ ସୁରକ୍ଷା ମୋଦୀଙ୍କ ଗ୍ୟାରେଣ୍ଟି – ଡ. ଐଶର୍ଯ୍ୟା

ସମ୍ବଲପୁର:ଆଜି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ମହିଳା ମୋର୍ଚ୍ଚା ର ଶକ୍ତି କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ମହିଳା ମୋର୍ଚ୍ଚା ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ ଙ୍କ ସଭାପତି ରେ ହୋଇଥିବା ଆଜିର ବୈଠକ ରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ. ଐଶର୍ୟା ବିଶ୍ବାଳ ଓ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଯୋଗ ଦେଇଥିଲେ ।
ରାଜ୍ୟ ମହିଳା ମୋର୍ଚ୍ଚା ର କାର୍ଯ୍ୟକାରିଣୀ ସଦସ୍ୟା ତଥା ସାମାଜିକ ଗଣମାଧ୍ୟମ ପ୍ରଭାରୀ ଶ୍ରମତୀ ଶୁଚିସ୍ମିତା ତ୍ରୀପାଠି ଓ ବିଦ୍ୟୁତପ୍ରଭା ଯୋଶୀ, ପୁର୍ବତନ ବରଗଡ ଜିଲ୍ଲ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପୁର୍ବତନ ସମ୍ବଲପୁର ଜିଲ୍ଲ ପରିଷଦ ଅଧ୍ୟକ୍ଷ ଶ୍ରୀ ରାଧେଶ୍ୟାମ ବାରିକ, ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ ଶ୍ରୀମତୀ ପ୍ରଭାସିନି ଦାଶ, ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁଷମା ସାହୁ, ମାନେଶ୍ବର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୁକୁଣୀ ମହାନନ୍ଦ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ଚନ୍ଦ୍ରଶେଖର ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଆଶିଷ ହୋତା ମଞ୍ଚାସିନ ଥିଲେ ।
ଆଗମୀ ଦିନରେ ମହିଳା ମୋର୍ଚ୍ଚା କୁ ଆହୁରି ସଂଗଠିତ ଓ ସକ୍ରୀୟ କରିବା ନେଇ ବୈଠକ ରେ ଆଲୋଚନା ହୋଇଥିଲା । ଆସନ୍ତା ୨୨ ତାରିଖ ରେ ଅଯୋଧ୍ୟା ଠାରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ କିଭଳି ସମସ୍ତ ମନ୍ଦିର ରେ ସାଜ ଶଯ୍ୟା, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇ ପାରିବ ଓ ତତ୍ ସହିତ ପ୍ରତ୍ୟେକ ଘରେ ଦିପୋତ୍ସବ ପାଳନ କରାଯିବ ସେଥିପାଇଁ ମହିଳା ମୋର୍ଚ୍ଚା ଗୁରୁଦାୟିତ୍ଵ ବହନ କରିବାକୁ ଅନୁରୋଧ କରିଥିଲେ ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ।
ରାଜ୍ୟ ସଭାନେତ୍ରୀ ତାଙ୍କର ଅଭିଭାଷଣ ରେ କହିଥିଲେ ଯେ…
ଗତ ୯ ବର୍ଷ ରେ ମୋଦୀ ଜି ହାତକୁ ନେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ମହିଳା ଙ୍କ ସମ୍ମାନ, ବିକାଶ ଓ ସୁରକ୍ଷା ପାଇଁ ନେଇଥିବା ପଦକ୍ଷେପ କୁ ଲୋକଙ୍କ ପାଖକୁ ପହଞ୍ଚେଇବା ପାଇଁ ସମସ୍ତେ କାର୍ଯ୍ୟ କରିବା । ଏହା ସହିତ ଗତ ୨୪ ବର୍ଷ ରେ ରାଜ୍ୟ ସରକାର ଙ୍କ ଶାସନ କାଳ ରେ ହୋଇଥିବା ଦୁର୍ନିତି, ଭ୍ରଷ୍ଟାଚାର ନାରୀ ଅତ୍ୟାଚାର, ବ୍ୟଭିଚାର, ଗଣଦୁଷ୍କର୍ମ, ଶିଶୁ ହତ୍ୟା, ଶିଶୁ ଚୋରୀ ଭଳି ଘଟଣା କୁ ମଧ୍ଯ ଲୋକାଲୋଚନକୁ ଆଣିବା ଦିଗରେ କାର୍ଯ୍ୟ ସମ୍ପାଦନ କରନ୍ତୁ ।
ଆଜିର ବୈଠକ ରେ ଆନ୍ୟ ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ର ଶ୍ରୀମତୀ ନିଳାନ୍ଦ୍ରୀ ଭୋଇ, ସୈଲେନ୍ଦ୍ରୀ ପଧାନ, ଗୋମତୀ ପଧାନ, ସସ୍ମିତା ପଧାନ,ରୀନା ପଧାନ, ମାଳତୀ ବରାଇ ଓ ବହୁ ପଦାଧିକାରୀ ଓ ସକ୍ରୀୟ ସଦସ୍ୟା ଉପସ୍ଥିତ ଥିଲେ ।