ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ଵର ଗ୍ରାମରେ ୬୬ ତମ ମକର ଯାତ୍ରା ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳୁ ହରିହର ଜୋର ଠାରେ ଗଙ୍ଗା ମାତାଙ୍କ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଶତାଧିକ ମହିଳା ପୁରୁଷ ଜଳ ପୂର୍ଣ୍ଣ କଳସି ଧରି ଏକ ଆଧ୍ୟାତ୍ମିକ ପରିବେଶରେ ନାମ ସଂକୀର୍ତ୍ତନ, ହରିବୋଲ , ହୁଳହୁଳି ସହ ନଗର ପରିକ୍ରମା ପରେ ନାମ ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ସୋମବାର ଠାରୁ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପୂଜକ ଗୋପାଳ ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଶରତ ଖୁଣ୍ଟିଆ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ସଭାପତି ଶ୍ୟାମ ନାରାୟଣ ମିଶ୍ର ସହ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ଉପଖଣ୍ଡ ଅନ୍ତର୍ଗତ ବାଗବର , ନୂଆଁଗଡ , ମହାଦା ଆଦି ବହୁ ଗ୍ରାମମାନଙ୍କ ରେ ମଧ୍ୟ ମକର ସଂକ୍ରାନ୍ତି, ଅଷ୍ଟ ପ୍ରହର ନାମ ଯଜ୍ଞ ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପୁଲେଶ୍ବର ରେ ମକର ଯାତ୍ରା ଉପଲକ୍ଷେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା
