Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦ୍ଧାର ହୋଇଥିବା ଜନ୍ତୁ ସମ୍ବର ନୁହେଁ ନିଲଗାଈ ବୋଲି କହିଲେ ରେଞ୍ଜ ଅଧିକାରୀ।

କୋକସରା:୧୫/୦୧
ଶନିବାର କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଏକ ବନ୍ୟପ୍ରାଣୀ ପାଣି ସନ୍ଧାନ ରେ ଆସି ଟେମରା ପଞ୍ଚାୟତ ସିର୍ଲିଗୁଡା ଦେଇ ଯାଇଥିବା ମେଗାଲିଫ୍ଟ କେନାଲ ରେ ପଡି ଆଉ ବାହାର କୁ ଆସିନପାରି ପାଣି ମଧ୍ୟରେ ଅସୁସ୍ଥ ହୋଇ ପଡି ରହିଥିଲା, ରବିବାର ସକାଳୁ କିଛି ସ୍ଥାନୀୟ ଲୋକମାନେ ଦେଖି ବେହେରା ଫରେଷ୍ଟ କର୍ମଚାରୀ ଙ୍କୁ ଖବର ଦେଇଥିଲେ, କର୍ମଚାରୀ ପହଞ୍ଚି ଜନ୍ତୁ କୁ ଉଦ୍ଧାର କରି କୋକସରା ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା କରିବା ପରେ ସୁସ୍ଥ ହେବା ପର୍ଯ୍ୟନ୍ତ ବେହେରା ଫରେଷ୍ଟ ଅଫିସ ରେ ରଖି ଚିକିତ୍ସା ସହ ଯତ୍ନ ନେଉଛନ୍ତି। ତେବେ ଉଦ୍ଧାର ହୋଇଥିବା ବନ୍ୟପ୍ରାଣୀ କୁ ଏକ ମାଈ ସମ୍ବର ବୋଳି ପ୍ରଥମେ ଚିଂହ୍ନଟ କରିଥିବା ବେଳେ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କାଉର ଙ୍କ କହିବା ଅନୁଯାୟୀ ଏହା ଏକ ନିଲଗାଈ ଅଟେ ବୋଳି କହିଛନ୍ତି ସୁସ୍ଥ ହେବାପରେ ତାର ନିଜସ୍ୱ ପରିବେଶ ମଧ୍ୟରେ ନେଇ ଛଡ଼ାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ