Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦିଆପଦର ଓୟୋ ରୁମ ରେ ପ୍ରେମିକା ଙ୍କ ମୃତ୍ୟୁ ଘଟଣା।ପ୍ରେମିକ ସଙ୍କେତ କୁ ବ୍ୟକ୍ତିଗତ ମୁଚାଲିକାରେ ଚଢାଯାଇଛି।ଭିସାର ରିପୋର୍ଟ କୁ ଅପେକ୍ଷା।

ଗୋପାଳପୁର,୧୫/୦୧
ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଠାରେ ଥିବା ଓୟୋ ରୁମ (ନିର୍ମାଲ୍ୟ ପ୍ଲାଜା)ରେ ରୁମ ନେଇ ରହିଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକା ଙ୍କ ମୃତ ଦେହ ବ୍ରହ୍ମପୁର ବଡ ମେଡିକାଲ ରୁ ଉଦ୍ଧାର ହେବା ଘଟଣାରେ ପୁଲିସ ଅଟକ ରଖିଥିବା ପ୍ରେମିକ ଭୁବନେଶ୍ୱର ନୟାପଲ୍ଲୀ ବେହରା ସାହିର ସଂକେତ ସେନାପତି (୨୮) କୁ ଆଜି ବ୍ୟକ୍ତିଗତ ମୁଚାଲିକାରେ ଥାନା ପକ୍ଷରୁ ଛଡ଼ା ଯାଇଛି ‌। ଅନ୍ୟପଟେ ଶବ ବ୍ୟବଚ୍ଛଦ ରିପୋର୍ଟ ରେ ମୃତ ଯୁବତୀ ଙ୍କ ପୁରୁଣା ରୋଗ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସହ ଯୁବତୀଙ୍କୁ ଦୁଷ୍କର୍ମ କରି ଯାଇନଥିବା ଜଣା ପଡ଼ିଛି। ଯାହାଫଳରେ ପୁଲିସ ସଙ୍କେତ କୁ ଛାଡି ଥିଲେ ମଧ୍ୟ ତଦନ୍ତ ପାଇଁ ମୃତକଙ୍କ ଭିସାରା ରିପୋର୍ଟ ସହ ଅନ୍ୟାନ୍ୟ ରିପୋର୍ଟ କୁ ଅପେକ୍ଷା କରା ଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୨ ତାରିଖରେ ସଙ୍କେତ ଓ ତାଙ୍କ ପ୍ରେମିକା ତଥା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବୀରଭଦ୍ରପୁର ଅଞ୍ଚଳର ବୈଶାଳୀ ପାଣ୍ଡେ , ହଳଦିଆପଦର ର ନିର୍ମାଲ୍ୟ ପ୍ଲାଜା ର ରୁମ ନଂ ୨୦୫ ପରେ ରହିବା ପରେ ସନ୍ଧ୍ୟାରେ ଦୁହେଁ କାରରେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ସେଠାରେ ବୈଶାଳୀ ଅସୁସ୍ଥ ଅନୁଭବ କରିଥିଲେ l ପୁଣି କିଛି ସମୟ ମଧ୍ୟରେ ଉଭୟେ ଓୟୋ ହୋଟେଲ କୁ ଫେରି ଆସିଥିଲେ l ରାତି ସାଢେ ୯ ଟା ବେଳେ ବୈଶାଳୀ ବାନ୍ତି କରିବା ସହ ଅଚେତ ହୋଇ ଯାଇଥିଲେ l ସଂକେତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ବ୍ରହ୍ମପୁର ବଡ ମେଡିକାଲ ନେଇଥିବା ବେଳେ ସେଠାରେ ରାତି ସାଢେ଼ ଦଶଟା ବେଳେ ଡାକ୍ତର ବୈଶାଳୀଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଉକ୍ତ ରାତିରେ ସଂକେତ ମୃତ ବୈଶାଳୀଙ୍କ ପରିବାରଙ୍କୁ ଓ ନିଜ ଘର ଲୋକଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ l ବୈଶାଳୀଙ୍କ ପରିବାର ବର୍ଗ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଂଚି ମୃତ ଦେହ ଦେଖିବାକୁ ପାଇଥିଲେ l ୧୩ ସକାଳଳେ ମୃତ ବୈଶାଳୀଙ୍କ ମା ଶକୁନ୍ତଳା ଦାଶ ଗୋଳନ୍ଥରା ଥାନାରେ ପହଁଚି ତାଙ୍କ ଝିଅକୁ ବାରମ୍ବାର ଦୁଷ୍କର୍ମ କରବା ପରେ ହତ୍ୟା କରାଯାଇଥିବା ନେଇ ଲିଖିତ ଏତଲା ଦେଇଥିଲେ l ପୋଲିସ ଏତଲାକୁ ଭିତ୍ତି କରି ଥାନାରେ ୨୩/୨୪ ରେ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।