ଖୁଣ୍ଟଲାପାଲି ରେ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧିନସ୍ଥ ଖୁଣ୍ଟୁଲାପାଲି ଗ୍ରାମରେ ଜଣେ ଯୁବକ ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଖୁଣ୍ଟୁଲାପାଲି ଗ୍ରାମର ସରୋଜ ଭୁଏ ନାମକ ବ୍ୟକ୍ତି ଙ୍କୁ ଗାଁ ର କିଛି ଯୁବକ ଅତର୍କିତ ଭାବେ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହlଣ କରିଥିବା ଅଭିଯୋଗ ହୋଇଛି l ଗତ ଶୁକ୍ରବାର ଦିନ ସରୋଜ କୌଣସି କାମରେ ସୋନପୁର ରୁ ଘରକୁ ସନ୍ଧ୍ୟା ରେ ଫେରୁଥିବା ବେଳେ ଗ୍ରାମର ନାରାୟଣୀ ମନ୍ଦିର ଠାରେ ପୂର୍ବରୁ ଛପି ରହିଥିବା ଗ୍ରାମର କିଛି ଯୁବକ ହଠାତ ଆକ୍ରମଣ କରିଥିଲେ l ଆକ୍ରମଣ ରେ ସରୋଜ ଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ଚିକିତ୍ସା ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଆଧାର କରି ବୀରମହାରାଜପୁର ଥାନାରେ କେସ ନଂ ୧୯/୨୪ରେ ଏକ ମାମଲା ରୁଜୁ ହୋଇଛି। ହରିହର ଯୋର ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝି ଅଧିକ ତଦନ୍ତ ଜାରି ରଖିଛନ୍ତି l