Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ମାଲ ବୋଝେଇ ୪୦୭ ଦୁର୍ଘଟଣା,ଅଳ୍ପକେ ବର୍ତିଲେ ଡ୍ରାଇଭର।

କୋକସରା:୭/୦୧
ଜାତୀୟ ରାଜପଥ ୨୬ କୋକସରା ଥାନା ଡୋଙ୍ଗରି ଗୁଡା ଓ କୁସୁମଖୁଣ୍ଟି ରାସ୍ତା ମଝି ମଙ୍ଗଳବାର ମଧ୍ୟାହ୍ନ ରେ ଛତିଶଗଡ଼ ଝାକରପଡା ରୁ ଜୟପାଟଣା ବ୍ଲକ କାଞ୍ଜିଗୁଡା କୁ କିରାନା ସାମାନ ବୋଝେଇ ୪୦୭ ଗାଡି ନମ୍ବର ଓଡ଼ି୦୮ ଏ 3393 କୁ ଯାଉଥିବା ବେଳେ ଡ୍ରାଇଭର ଙ୍କ ଅସାବଧାନତା କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ଡ୍ରାଇଭର ଅଳ୍ପେକ ବର୍ତ୍ତି ଯାଇଛି। ତେବେ ଗାଡି ରେ ପରିବହନ ହେଉଥିବା ସାମାନ ରାସ୍ତା ଉପରେ ପଡି ରହିଥିବା କାରଣରୁ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ପରେ ରାସ୍ତାରେ ପଡିଥିବା ସାମାନ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। କଞ୍ଜିଗୁଡା ର ଶ୍ରୀକାନ୍ତ ସାହୁ ଙ୍କ ଦୋକାନ କୁ ଏହି ମାଲ ପରିବହନ ହେଉଥିବା ଜଣାପଡିଛି।ତେବେ ଜିଏସଟି ଫାଙ୍କି ଛତିଶଗଡ଼ ରୁ ମାଲ ପରିବହନ ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ