ବହଲପଦର ଦଧିବାମନ କ୍ରିକେଟ କପ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଠାରେ ଡିବିସିସି ଆନୁକୁଲ୍ୟରେ ପ୍ରଥମ ଦଧିବାମନ କ୍ରିକେଟ କପ୍ ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଛି । ଵହଳପଦର ସେବା ସମବାୟ ସମିତି ର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା ଓ ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ଟି ବିଶାଲପାଲି ଓ କୋଟସମଲେଇ ମଧ୍ୟରେ ହୋଇଥିଲା । ବିଶାଲପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୧୦୯ ରନ କରିଥିଲା। ଜବାବରେ କୋଟସମଲେଇ ଦଳ ଆବଶ୍ୟକୀୟ ୧୧୦ ରନ କୁ ୭ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ରେ ଦେଉଳମୁଣ୍ଡା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା କୋଟସମଲେଇ ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଦେଉଳମୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଦେଉଳମୁଣ୍ଡା ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା । ମ୍ୟାତ୍ ଗୁଡିକରେ ବିଶ୍ଵାମିତ୍ର ସେଠୀ ଓ ବିଶ୍ଵାମିତ୍ର ସାହୁ ପରିଚାଳନା କରିଥିବା ବେଳେ ଦୀପକ ସାହୁ ସ୍କୋରିଙ୍ଗ ଏବଂ ମାନସ ନନ୍ଦ ଧାରାବିବରଣି ପ୍ରଦାନ କରିଥିଲେ ।