Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୋଦୟ ଷଷ୍ଠ ଶ୍ରେଣୀ ନାମଲେଖା ପ୍ରବେଶିକା ୨୦୨୪-୨୫ ପରିକ୍ଷ୍ୟାର୍ଥୀଙ୍କ ପାଇଁ ବିଶେଷ ସୂଚନା

ଚିପିଲିମା,ନବୋଦୟ ଶିକ୍ଷାବର୍ଷ ୨୦୨୪-୨୪ ଷଷ୍ଠ ଶ୍ରେଣୀ ନାମ ଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ପାଇଁ ମାସ ୨୦ତାରିଖ ଶନିବାର ପୂର୍ବାନ୍ହ ୧୧.୩୦ ମିନିଟ ରୁ ଅପରାହ୍ନ ୧ ପର୍ଯ୍ୟନ୍ତ ନିର୍ଦ୍ଧାରିତ ବିଭିନ୍ନ ୨୮ଟି ପରିକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାରଅଛି।ବିଭିନ୍ନ ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆବେଦନ କରିଥିବାବେଳେ,ନିର୍ଦ୍ଧାରିତ ତାରିଖ ପୂର୍ବରୁ ନବୋଦୟ ୱେବସାଇଟରୁ ଆଡ଼ମିଟ କାର୍ଡ ଡ଼ାଉନ କରିବାକୁ ଅନୁଷ୍ଠାନ ପକ୍ଷ୍ୟରୁ କୁହାଯାଇଛି।ଯଦି କିଛି ସମସ୍ୟା ହେଲେ,ନିଜ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ବିଡ଼ିଓଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।ନିର୍ଦ୍ଧାରିତ ପ୍ରବେଶିକା ପରୀକ୍ଷା ଦିନ ଛାତ୍ରଛାତ୍ରୀ ନିଜ ଆଧାରକାର୍ଡ କିମ୍ବା ବାସିନ୍ଦା ପ୍ରମାଣ ପତ୍ର ,ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରକୁ ୧୦ଟା ପୂର୍ବରୁ ପହଞ୍ଚିବାକୁ ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ