Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଉତ୍ସବ -୨୦୨୪ ଧର୍ମଗଡ ଠାରେ କବିତା ପାଠୋତ୍ସବ,ଖୁବ ଏକା ଏକା ଓ ଛିନ୍ନ ଘର କବିତା ସଙ୍କଳନ ଉନ୍ମୋଚିତ ।

କୋକସରା; ୧୭/୧/୨୪:
ଧର୍ମଗଡ଼ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଆୟୋଜନ ଅବସର ରେ ଆଜି ଦ୍ଵିତୀୟ ଦିନ ରେ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ ଉପଖଣ୍ଡ ସ୍ତରରୁ ଅନେକ ବରିଷ୍ଟ କବି ଓ କବୟିତ୍ରୀ ମାନେ ଉପସ୍ଥିତ ହୋଇ ସ୍ବରଚିତ କବିତା ମାନ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ର. ସତ୍ୟ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଏସ, ଡି, ପି, ଓ, ଧିରଜ୍ କୁମାର ଚୋପଦାର , ସାହିତ୍ୟ ସଂସଦ ସଭାପତି ଲିଙ୍ଗରାଜ ପାତ୍ର , ସମ୍ପାଦକ ରାଜେଶ ମୁଣ୍ଡ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବାଗ, ବରିଷ୍ଠ କବି ବିଜୟ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି କବିତା ପାଠୋତ୍ସବ ରେ ବିଜୟ କୁମାର ମୁଦୁଲି ଙ୍କ ଦୁଇଟି କବିତା ସଂକଳନ ‘ ଖୁବ୍ ଏକା ଏକା’ ଓ ‘ଛିନ୍ନଘର’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରଯାଇଥିଲା । ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ କବି ପ୍ରିୟ ରଞ୍ଜନ ମୁଣ୍ଡ, କୁମୁଦ ଚନ୍ଦ୍ର ନାଗ କବିତା ପାଠ ଉତ୍ସବ କୁ ସଂଯୋଜନ କରିଥିଲେ । ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ବେହେରା ସହଯୋଗ କରିଥିଲେ। ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ କବି ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରି ଥିଲେ।