Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସରକାର ଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଙ୍କ ବୀରମହାରାଜପୁର ଉପଖଣ୍ଡ ଗସ୍ତ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ରାଜ୍ୟ ସରକାର ଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମଙ୍ଗଳବାର ବୀରମହାରାଜାପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ବୁଲି ଇଣ୍ଟର୍ନେଟ ସେବାର ସମୀକ୍ଷା କରିଛନ୍ତି I ଶ୍ରୀଯୁକ୍ତ ପଟ୍ଟନାୟକ ବୀରମହାରାଜପୁର ରେ ପହଞ୍ଚିଲା ପରେ ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଥିଲା l ଏହାପରେ ବ୍ଲକ କାର୍ଯ୍ଯାଳୟ , ମୂରଶୁଣ୍ଢୀ ପଞ୍ଚାୟତ , ରଘୁନାଥ ହାଇସ୍କୁଲ ଏବଂ ଚମ୍ପlମାଳ ମୋ ସେବା କେନ୍ଦ୍ର ବୁଲି ଦେଖିଥିଲେ I ପରବର୍ତ୍ତି ସମୟରେ ଉଲୁଣ୍ଡା ବ୍ଲକ କାର୍ଯ୍ଯାଳୟ ସଙ୍ଗେ ଖେମା ଲୋଏ ପଞ୍ଚାୟତ କାର୍ଯ୍ୟାଳୟ , ଯଉରlଭଉରl ହାଇସ୍କୁଲ , ଅଏଁଳାଛାଟ ମୋ ସେବା କେନ୍ଦ୍ର ବୁଲି ଦେଖିବା ସହ ଜନସାଧାରଣ ଙ୍କ ପାଖରେ ମୋ ସେବା , ବ୍ୟାଙ୍କ ସେବା ଆଦି ଠିକ ଭାବେ ପହଁଚି ପାରୁଛି କି ନାହିଁ ଏବଂ ଇଣ୍ଟର୍ନେଟ ସେବା କିଭଳି ରହିଛି ସେ ଉପରେ ତଦାରଖ କରିଥିଲେ I ଜନସାଧାରଣ ଯେଭଳି ଉପଯୁକ୍ତ ସେବା ପାଇପାରିବେ ତା ଉପରେ ଧ୍ୟାନ ଦେବାକୁ ଉଭୟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ I ଏ ଅବସରରେ ଜଉରlଭଉରl ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା I ଶ୍ରୀ ପଟ୍ଟନାୟକ ଙ୍କ ଗସ୍ତ ଅବସରରେ ବୀରମହାରାଜପୁର ବିଡିଓ ରଘୁନାଥ ପାଣିଗ୍ରାହୀ , ଉଲୁଣ୍ଡା ବିଡିଓ କରିସ୍ମା ବେଶ୍ରା , ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତ ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I