Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟିତ୍ରୀ ପରିବାର ଓ ରେଡକ୍ରସ ପକ୍ଷରୁ ନିଶା ନିବାରଣ ଅଭିଯାନ

ଝାରସୁଗୁଡା ୧୮/୧ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତରେ ପଞ୍ଚଗାଁ ଗାୟିତ୍ରୀ ପରିବାର ଏବଂ ଜିଲ୍ଲା ରେଡକ୍ରସ ମିଳିତ ଭାବେ ବୁଧବାର ଦିନ ନିଶା ମୁକ୍ତି ନିବାରଣ ଅଭିଯାନ ଆୟୋଜନ କରା ଯାଇଥିଲା । ଝାରସୁଗୁଡା ଜିଲ୍ଲା ସ୍ତରୀୟ ରେଡକ୍ରସ ସ୍ବେଛାସେବୀ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲା କାର୍ଡ ଧରି ମହିମା ପୁରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚଗାଁ, ଡୁମେରଢ଼ିପା ଓ ପଞ୍ଚଗାଁ ବସଷ୍ଟାଣ୍ଡ ପରିକ୍ରମା କରି ମାଦକ ଦ୍ରବ୍ୟ ସେବନର ଅପକାରିତା ଏବଂ ଏହାର ନିରାକରଣ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ମାନ ଦେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିମା କଲେଜର ଅଧ୍ୟାପକ ରୋହିତ କୁମାର ପାଢ଼ୀ,ଅଶ୍ୱିନୀ ସାହୁ, ସୁବ୍ରତ ବଢ଼େଇ,ତନୟା ଗରୁଡ଼,ଭଗବତୀ କିସାନ,ଗୀତାଞ୍ଜଳୀ ପଧାନଙ୍କ ସହିତ ଛାତ୍ରଛାତ୍ରୀ କର୍ମଚାରୀ, ଗାୟିତ୍ରୀ ପରିବାର ପଞ୍ଚଗାଁ ଶାଖା ପକ୍ଷରୁ ପ୍ରମୋଦ ମେହେର, ନିତ୍ୟାନନ୍ଦ ସାହୁ, ଭୁବନ ମେହେର, ସୁନନ୍ଦ ସାହୁଙ୍କ ସହ ହରିଦ୍ୱାର ଶାନ୍ତିକୁଞ୍ଜ ଦେବ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଦୁଇଜଣ ଛାତ୍ର ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ