Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ନୂଆ – ଓ ଓଡ଼ିଆ ଭାଷା ପ୍ରତିଯୋଗିତା ।

ଗୋପାଳପୁର ୧୮/୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ନୂଆ – ଓ ର ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଦକ୍ଷିଣ ଓଡ଼ିଶା ଇତିହାସ ଏବଂ ଭାଷା ଅନ୍ତର୍ଗତ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ପରିଷଦ କକ୍ଷରେ ଉଦଘIଟିତ ହୋଇଥିଲା । ଉଭୟ ଓଡ଼ିଆ , ଇତିହାସ ଏବଂ ଭାଷା ବିଜ୍ଞାନ ର ମିଳିତ ଆନୁକୁଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦଘIଟନ କରିବା ସହ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଅନ୍ତର୍ନିହିତ ଗୁଣ ର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ବାନ ଏବଂ ପ୍ରେରଣା ଦେଇଥିଲେ । ସେହିପରି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର କୁଳସଚିବ ସଚ୍ଚିଦାନନ୍ଦ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ଆଗାମୀ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ଉନ୍ମୋଚନ କରିବl ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଓଡ଼ିଆ ଭାଷା ସଂସ୍କୃତି ଏବଂ ତାର ପ୍ରଚାର ପ୍ରସାର କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ କୁ ସ୍ଵାଗତ କରିଥିଲେ। କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଇତିହାସ ବିଭାଗର ଆସୋସିଏଟ ପ୍ରଫେସର ସଦାନନ୍ଦ ନାୟକ ପରିଚାଳନା କରିଥିବା ବେଳେ ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦେବୀପ୍ରସାଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଡ଼ଃ ସମୀର ଭୋଇ, ଡ଼ଃ ଶଙ୍କର୍ଷଣ ମଲ୍ଲିକ , ଡ଼ଃ ରମାକାନ୍ତ ଭୂୟାଁ , ଡ଼ଃ ମେଣ୍ଡମ୍ ବାପୁଜୀ,ଡ଼ଃ ବବିତା ସାରIଙ୍ଗଥେମ୍, ଡ଼ଃ ଅନୁପ କୁଜୁର୍,ଜିତେନ୍ଦ୍ର ମହାନ୍ତି ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।