Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟରେ ଭାଷା ସମ୍ମିଳନୀ’ ଅବସରରେ ସାହିତ୍ୟ ଓ ସୃଜନଶୀଳତାର କାର୍ଯ୍ୟକ୍ରମସାମିଲ ହେବେ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ

କଳାହାଣ୍ଡି, ୧୮/୦୧ (ଜଗନ୍ନାଥ ନାଏକ) : ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ ‘ମୋ କଥା ମୋ କାହାଣୀ।
ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା ସହିତ ଓଡି଼ଆ ଭାଷାରେ କିପରି ନିଜକୁ ଶ୍ରେଷ୍ଠ କରିଗଢି଼ ତୋଳିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ। ନିଜ ଅଞ୍ଚଳର ଭାଷା ଏବଂ ମନର ଭାବନାକୁ ଛାତ୍ରଛାତ୍ରୀମାନେ ପୁସ୍ତକ ଆକାରରେ ପ୍ରକାଶ କରିବେ।ଏଥି ପାଇଁ ଉଚ୍ଚ ବିଦ୍ୟାଳୟ ସ୍ତରରେ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ଫବୃଆରୀ ୩ ତାରିଖରୁ ୫ ତାରିଖ ମଧ୍ୟରେ ଆରମ୍ଭ ହୋଇଛି ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ। ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟ ଠାରେ ଭାଷା ସମ୍ମିଳନୀ’ ସାହିତ୍ୟ ଓ ସୃଜନଶୀଳତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତି ସଭ୍ୟ କୌନୁଜ କୁମାର ରାଉତ, ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଯୁବ ସାମ୍ବାଦିକ ନିଲେଶ କୁମାର ନାଗ, ଅଧ୍ୟାପକ ଦିଲିପ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ରୁପସିଂହ ରାଉତ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିବାବେଳେ ସାହିତ୍ୟ ସୃଜନା ସଂଯୋଜକ କରିଶ୍ମା ରାଉତ, ସହସଂଯୋଜକ ସରସ୍ୱତୀ ସାହୁ, କୈଶଳୀ ସଂଯୋଜକ କୋଲେଟ ଦିବାକର, ଲକ୍ଷ୍ମୀକାନ୍ତ ଦାଶ, ଜିଜ୍ଞାସା ସୁରଜ କୁମାର ଦାସ, ରତ୍ନମଣି ସାହୁ, ସୁନିତା ଦେବୀ, ବିନୋଦିନୀ ଶବରଙ୍କ ସମେତ କର୍ମଚାରୀ ମହାଦେବ ଗଉଡ଼, ସନ୍ତୋଷ କୁମାର ତ୍ରିପାଠୀ, ସୁଜିତ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ତେବେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ
ସମ୍ବଲପୁରୀ, କୁଇ, ସାନ୍ତାଳୀ ଦେଶୀଆ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ‘ମୋ କଥା ମୋ କାହାଣୀ’ ନାମରେ ଏକ ପୁସ୍ତକ ରଚନା କରିବା ସହିତ ବିଦ୍ୟାଳୟ ପୁସ୍ତକ ମେଳାରେ ଏହାର ପ୍ରଦର୍ଶନ କରିଥିଲେ।