Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ସ୍ତରୀୟ ଭାଷା , ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ।

କଳାହାଣ୍ଡି, ୧୮/୦୧ (ଜଗନ୍ନାଥ ନାଏକ) : ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ସୃଜନଶୀଳତାର ପ୍ରତିଭାକୁ ମୁଖ୍ୟ ପ୍ଲାଟଫର୍ମକୁ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉଛି। ଏଥିପାଇଁ ବିଦ୍ୟାଳୟ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ପ୍ରତିଭାକୁ ବିକଶିତ କରାଯାଉଛି। ଏହି ପରି ଏକ କାର୍ଯ୍ୟକ୍ରମ ନର୍ଲା ବ୍ଲକ ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, ଭୀମକେଲା ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ ସମିତି ସଭ୍ୟା ସୁମିତ୍ରା ମାଝୀ ,ପରିଚାଳନା କମିଟିର ଝଜ ସା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ କରିଥିଲେ।୧୫ଦିନ ଧରି ବିଦ୍ୟାଳୟରେ ସାହିତ୍ୟ ସୃଜନୀ କ୍ଲବ, କୈ।ଶଳ କ୍ଲବ ମାଧ୍ୟମରେ ଶିଶୁ ମାନଙ୍କ ଦ୍ଵାରା କବିତା ଲିଖନ, ପ୍ରବନ୍ଧ ଲିଖନ, ବିତର୍କ, ଓଡ଼ିଆ ଲୋକନୃତ୍ୟ, କୁଇଜ୍ ଆଦି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପୁସ୍ତିକାଗୁଡିକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇ ପ୍ରଦର୍ଶିତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସହ ଶୁଭେଚ୍ଛା ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ସାହିତ୍ୟ ଶିକ୍ଷକ ନୃସିଂହ ଚରଣ ଦଳାଇ,କେଶବ ଚନ୍ଦ୍ର ମହାପାତ୍ର,ରାଜୀବ ଦାଶ, ବିନୟ କିଶୋର ଦାଶ, ସଞ୍ଜୟ ସେନାପତି, ଗଙ୍ଗାଧର ରଣା, ସୁକାନ୍ତ ମହାଉତି ପ୍ରମୁଖ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ ପ୍ରଦାନ କରିବା ସହ ଭାଷା , ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଶିଶୁ ମାନଙ୍କ ଦ୍ଵାରା ଶେଷରେ କ୍ରୀଡାଙ୍ଗନ କାର୍ଯ୍ୟ କରାଯାଇଥିଲା।ସଭା ଶେଷରେ କେଶବ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଙ୍କୁ ନିୟୋଜିତ କରାଯାଇ କାର୍ଯ୍ୟକ୍ରମଟିକୁ ସଫଳ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ