କମିରl ରେ ଜାତୀୟ ଯୁବ ସପ୍ତାହ ର ଏକ ଦିବସୀୟ ଦକ୍ଷତା ବିକାଶ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ସୋନପୁର ଓ ମାହେଶ୍ୱରୀ ଜନ କଲ୍ୟାଣ ଯୁବ ସଂଘ ର ମିଳିତ ଆନୁକୁଲ୍ୟରେ ବିବେକାନନ୍ଦ ଯୁବ ସସ୍ତାହ ପାଳନ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ କମିରା ପଞ୍ଚାୟତ କାର୍ଯ୍ୟନୀର୍ବ।ହି ଅଧିକାରୀ ବିଶ୍ଵାମିତ୍ର ସିଂ, ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବ ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର , ଖଣ୍ଡହତା ଉଚ୍ଚପ୍ରଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ପଧାନ , କ୍ଲବ୍ ର ସଭାପତି ଅକ୍ଷୟ ପଧାନ ଓ ସମାଜସେବୀ ନରେଶ ପଧାନ ଆଦର୍ଶ ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ କ୍ଳବ୍ ରେ ଏକ କୁଇଜ୍ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା । ଅତିଥି ମାନେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥଲେ ଓ ସ୍ବଚ୍ଛଭାରତ ମିଶନ ମାଷ୍ଟର୍ ଟ୍ରେନର ଜଗଦୀଶ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।