ବୀରମହାରାଜପୁର : (ସୌମିତ୍ରି ମେହେର)
ମଣିଷ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଲମ୍ବିତ ପଥରେ ଉପଯୁକ୍ତ କର୍ମ ସଂପାଦନ ପୂର୍ବକ ସମାଜକୁ ଦିଗଦର୍ଶନ ଦେବା ପ୍ରତ୍ୟେକଙ୍କ ନୈତିକ କର୍ତ୍ତ୍ୟବ୍ୟ । ଏହି କ୍ରମରେ ବରିଷ୍ଠ ନାଗରିକ ମାନଙ୍କର ଅବଦାନ ଅତୁଳନୀୟ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବରିଷ୍ଠ ନାଗରିକ ସଙ୍ଗଠନ ର ୧୬ ତମ ବାର୍ଷିକ ଉତ୍ସବ ରେ ମଞ୍ଚାସିନ ଅତିଥିମାନେ ଉକ୍ତ ମତବ୍ୟକ୍ତ କରିଥିଲେ । ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରା ମୁଖ୍ୟ ଅତିଥି ଏବଂ ଉପଖଣ୍ଡିୟ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ସମ୍ମାନିତ ଅତିଥି ଏବଂ ଢେ଼ଙ୍କାନାଳ ମହାବିଦ୍ୟାଳୟ ର ପ୍ରାକ୍ତନ ପ୍ରଧ୍ୟାପକ ନିର୍ମଳ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଭୂଷଣ କୁମାର ପାତ୍ର ଙ୍କ ସଂଯୋଜନାରେ ପରିଚାଳିତ ସଭାରେ ଦ୍ୱିତିକୃଷ୍ଣ ପଣ୍ଡା ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ସଦସ୍ୟ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସୋନପୁର ଓ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ବରିଷ୍ଠ ନାଗରିକ ସଙ୍ଗଠନ ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ବହିଦାର , ଗୋରେଖ ନାଥ ସାହୁ , ଆର୍ତ୍ତତ୍ରାଣ ବାବୁ , ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଜ୍ୟୋତ୍ସ୍ନାରାଣୀ ନନ୍ଦ ପ୍ରମୁଖ ବରିଷ୍ଠ ନାଗରିକ ସଙ୍ଗଠନ ର ଉଦ୍ଦେଶ୍ୟ ଓ ବରିଷ୍ଠ ନାଗରିକଙ୍କ ସମାଜ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଙ୍ଗଠନ ର ସିଦ୍ଧାନ୍ତକ୍ରମେ ଆସନ୍ତା ୨୫ ତାରିଖ ରେ ସଂସଦ ର ସାଧାରଣ ନିର୍ବାଚନ କରାଯିବାକୁ ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ ପ୍ରକାଶ କରିବା ସହିତ ବିବରଣୀ ପ୍ରଦାନ କରିଥିଲେ ।
ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ବାର୍ଷିକ ଉତ୍ସବ
