ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଣ୍ଡିଚାଲ ଅଭିଯାନ ରେ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଯାଇଛି । ଜିଲ୍ଲା ରେ ଡେରି ରେ ଧାନମଣ୍ଡି ଖୋଲା ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସମସ୍ତ ଧାନମଣ୍ଡି ରେ ପଡିରହିଛି ହଜାର ହଜାର ଧାନବସ୍ତା । ସେଥିପାଇଁ ଜିଲ୍ଲା ରେ ବିଭିନ୍ନ ମଣ୍ଡି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପରିଦର୍ଶନ କରାଯାଇଥିଲା । ମଣ୍ଡି ଗୁଡିକରେ ଭିତ୍ତି ଭୂମି ନାହିଁ , ଗୋଦାମ ଘର ନାହିଁ , ପର୍ଯ୍ୟାପ୍ତ ଗାଡି ରଖିନାହିଁ , ପଡିରହିଛି ହଜାର ହଜାର ଧାନବସ୍ତା , କଟନୀ ଛଟଣୀ ଚାଲିଛି ଏସବୁ ଅବ୍ୟବସ୍ଥା ଦେଖାଦେଇଛି । ଦୁର୍ଜନତୈଲା ଭଳି ଉପାନ୍ତ ଧାନମଣ୍ଡି ରେ ୪କେଜି କଟଣୀ ନଦେଲେ ଗାଡି ପଠାଇବୁ ନାହିଁ ବୋଲି ମିଲର୍ସ ମାନେ ଚାଷୀଙ୍କୁ ଭୟ ଦେଖାଉଛନ୍ତି । ଏସବୁ ରେ ମିଲର୍ସ , ଯୋଗାଣ ବିଭାଗ ଓ ପ୍ରଶାସନ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ହେଉଥିବା ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଅଭିଯୋଗ କରିଛନ୍ତି। ସଂପୂର୍ଣ୍ଣ ମିଲର୍ସ ଓ ଅଫିସର ଙ୍କ କର୍ବଜା ରେ ଧାନମଣ୍ଡି ଚାଲିଥିବା ନବନିର୍ମାଣ ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଅଭିଯୋଗ ଆଣିଛନ୍ତି । ସୋନପୁର ଜିଲ୍ଲା ରେ ଧାନ କିଣା ବିକା ବ୍ୟବସ୍ଥା ଓ ମଣ୍ଡି ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବା ନବ ନିର୍ମାଣ ମହିଳା ସଂଗଠନ ରାଜ୍ୟ ଉପସଭାପତି ସୋନାଲି ବିଶି କହିଛନ୍ତି। ଜିଲ୍ଲାପାଳ ଙ୍କ ରିଭ୍ୟୁ ମିଟିଂ ର ପ୍ରଭାବ ଶୂନ , ଯୋଗାଣ ବିଭାଗ ଉପରେ ନାହିଁ ଜିଲ୍ଲାପାଳଙ୍କ ଲଗାମ ଏ ନେଇ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜଣାଇ ଦିଆଯାଇଛି । ଜିଲ୍ଲାର ହିଲୁଙ୍ଗ ମଣ୍ଡି ରେ ୪୩୨୨୨ ବସ୍ତା , ଜାଲୋଇ ରେ ୨୦୫୫୭ , ଖଣ୍ଡହତା ରେ ୧୫୭୬୭ , କଳାପଥର ରେ ୮୭୧୭ , କୋଟସମଲାଇ ରେ ୭୧୪୫ ଧାନବସ୍ତା ଆଦି ପଡିରହିଥିବା ନବ ନିର୍ମାଣ ଅଭିଯୋଗ କରିଛି । ଅତିଶୀଘ୍ର ଚାଷୀଙ୍କ ଧାନ ନଉଠିଲେ ଧାନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ନବ ନିର୍ମାଣ କୃଷକ ସଙ୍ଗଠନ ର ମଣ୍ଡିଚାଲ ଅଭିଯାନ
