Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଓ ଆମପାଣି ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ।

କୋକସରା:୨୦/୦୧ କୋକସରା ବ୍ଳକ ଲଡୁଗାଁ ଓ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ ହୋଇଛି। ଏଥିରେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଲୀ ଓ କ୍ରୀଡ଼ାଙ୍ଗନ କ୍ଲବର ବିଭିନ୍ନ କଳାକୃତି ପ୍ରଦର୍ଶନ ହୋଇଥିଲା। ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ପ୍ରଧାନ ଆଚାର୍ଯ୍ୟ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିର ପର୍ଶୁରାମ ଦୁର୍ଗା, ସମ୍ମାନିତ ଅତିଥି ଭାବେ ବିଇଓ କୋକସରା ରଶ୍ମିତା ନେତମ,ସିଆରସି ଲଡୁଗାଁ ଫାଲଗୁନି ବାଣୁଆ, ଏସଏମସି ସଭାପତି ବିନୋଦ ବାଗ,ଦଶରଥ ଦୁର୍ଗା ଉପସ୍ଥିତ ରହି ଭାଷା,ସାହିତ୍ୟ ସୃଜନଶୀଳତା ଓଡ଼ିଆ ଅସ୍ମିତା ର ବାହକ ହେଉବୋଳି ମତବ୍ୟକ୍ତ କରିଥିଲେ। ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ମୁଖ୍ୟ ବକ୍ତା ଭାବେ ଯୁବ ସାହିତ୍ୟକ ଋତୁରାଜ ମାଝୀ,ସମ୍ମାନିତ ଅତିଥି ଭାବେ ସ୍କୁଲ ର ଆଲୁମିନା ଛାତ୍ରଛାତ୍ରୀ ସୁଧୀର କୁମାର ଧ. ମାଝୀ, ସୁଶୀଲା ପୁଝାରି, ଆକାଶ କୁମାର ମୁଣ୍ଡ, ସୁରଜ ତାଣ୍ଡି ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଭାଷା ସାହିତ୍ୟ ସୃଜନଶୀଳତା ଉପରେ ଦିଗ ଦର୍ଶନ କରିଥିଲେ।।ଏହି ଅବସର ରେ ୨୪ ଜଣ ଛାତ୍ରଛାତ୍ରୀ ଙ୍କ ଲିଖିତ ଭାଷା, ସାହିତ୍ୟ ଓ ସୃଜନଶୀଳତା କୁ ନେଇ “ମୋ କଥା ମୋ କାହାଣୀ” ପୁସ୍ତକ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସଵ ରେ ସ୍କୁଲ ର ପୂର୍ବତନ ଆଲୁମିନା ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା ସଦସ୍ୟ, ଅଭିଭାବକ ସମେତ ଉଭୟ ଦୁଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ