Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଷ୍ପା ୨ର ପୋଷ୍ଟର ରିଲିଜ; ଚର୍ଚ୍ଚାରେ ଅଲ୍ଲୁଙ୍କ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ଯେତିକି ଚର୍ଚ୍ଚା ସାଉଁଟିଥିଲା ତାଙ୍କ ଆଗାମୀ ଫିଲ୍ମ ପୁଷ୍ପା ୨କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଗତକାଲି ପୁଷ୍ପା ୨ର ପୋଷ୍ଟର ରିଲିଜ ହୋଇଛି। ଏଥିରେ ଅଲ୍ଲୁଙ୍କ ଲୁକ୍‌ ବେଶ୍‌ ଭୟାନକ ଦେଖାଯାଉଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଲୁ ଅର୍ଜୁନଙ୍କ ଏହି ଲୁକ୍। ଅଲ୍ଲୁ ଅଜୁର୍ନଙ୍କ ଏହି ନୂତନ ଅବତାରକୁ ଦେଖି ଥଟ୍ଟା ପରିହାସ କରିଛନ୍ତି ଅଭିନେତା କମଲ ଆର ଖାନ।

ଟ୍ୱିଟର ଆକାଉଣ୍ଟରେ ‘ପୁଷ୍ପା ୨’ର ପୋଷ୍ଟର ସେୟାର କରି କମଲ କହିଛନ୍ତି ଯେ ଏହା ପୁଷ୍ପା ଫିଲ୍ମର ସିକ୍ୱେଲ ପରି ଦେଖାଯାଉ ନାହିଁ। ସେ କ୍ୟାପସନରେ ଲେଖିଛନ୍ତି, ‘ଏହା ପୁଷ୍ପା ୨ ର ପୋଷ୍ଟରକୁ ନେଇ ମୁଁ ଦ୍ୱନ୍ଦ୍ୱରେ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ