Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାର ଯୁବ ଚକ ଖଡି କଳାକାର ବିଜୟ କୁମାର ରେଡ୍ଡୀ ଙ୍କ ପକ୍ଷରୁ ରାମଲାଲାଙ୍କ କଳାକୃତି ନିର୍ମାଣ।

ଗୋପାଳପୁର,୨୧/୦୧
ଡୁରା ର ବି ଟେକ ଛାତ୍ର ତଥା ଯୁବ ଙ୍କ ଖଡ଼ି କଳାକାର କେ ବିଜୁ କୁମାର ରେଡ୍ଡୀ ଙ୍କ ପକ୍ଷରୁ ପୁଣିଥରେ ଚକଖଡି ରେ ରାମଲାଲାଙ୍କ କଳାକୃତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।ବିଜୟ ଙ୍କ ପକ୍ଷରୁ ଅତି ନିଖୁଣ ଭାବେ ଙ୍କ ଖଡ଼ି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ହାତରେ ଝାଡ଼ୁ ଧରି ପ୍ରତିକୃତି କୁ ନିର୍ମାଣ କରିବା ସହ ରାମ ଲାଲା ଙ୍କ ପ୍ରତିକୃତି କୁ ନିର୍ମାଣ କରି ତା’କୁ ରଙ୍ଗ ମଧ୍ୟ ଦେଇଛନ୍ତି।ବିଜୟ ଉଭୟ କଳାକୃତି କୁ ମାତ୍ର ୬ ଘଣ୍ଟା ପରିଶ୍ରମ କରି ନିର୍ମାଣ କରିଥିବା ବେଳେ ମୋଦି ଙ୍କ ପ୍ରତିକୃତି ନିମନ୍ତେ ୨ ଖଣ୍ଡ ଓ ରାମଲାଲା ଙ୍କ ପ୍ରତିକୃତି ନିମନ୍ତେ ୩ ଖଣ୍ଡ ଚକଖଡି ବ୍ୟବହାର କରିଛନ୍ତି।ସାରା ଦେଶରେ ରାମଲାଲା ଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ବିଜୟ ଙ୍କ କଳାକୃତି କୁ ଅନେକ ସ୍ତରରେ ପ୍ରଶଂସା ସାଉଁଟି ପାରିଛି।ବିଜୟ ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଇଂଜିନିୟରିଂ କଲେଜରୁ ବି ଟେକ ପାଠପଢ଼ା ସହିତ ଚକଖଡି ରେ କଳାକୃତି ନିର୍ମାଣ କରିବାରେ ମନ ନିବେଶ କରିଥିଲେ।ଏହା ମଧ୍ୟରେ ବିଜୟ ଙ୍କ ପକ୍ଷରୁ ଅନେକ କଳାକୃତି ନିର୍ମିତ ହୋଇ ସାରିଥିବା ସହ ଏଥି ପାଇଁ ସେ ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନିତ ହେବା ସହ ସାର୍ଟିଫିକେଟ ହାସଲ କରି ପାରିଛନ୍ତି।ଏହା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହେବା ସହ ପ୍ରଶାସନିକ ଓ ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି। ଆଗାମୀ ଦିନରେ ଚକଖଡି ର କଳାକୃତି କୁ କଳାର ମାନ୍ୟତା ପ୍ରଦାନ ନିମନ୍ତେ କାମ କରିବା ସହ ଏହାକୁ ପ୍ରଚାର ପ୍ରସାର ନିମନ୍ତେ ଅନ୍ୟ ମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରିବେ ବୋଲି ମତପୋଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories