Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

7 ତମ ରାଜ୍ୟ ସ୍ତରୀୟ ଦ୍ୱି ଦିବସୀୟ ବୀରମହାରାଜପୁର କପ ଫୁଟବଲ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ବୀରମହାରାଜପୁର ସ୍ପୋଟିଙ୍ଗ କ୍ଲବ ଆନୁକୁଲ୍ୟରେ ୭ମ ରାଜ୍ୟ ସ୍ତରୀୟ ଦ୍ଵିଦିବସୀୟ ବୀରମହାରାଜପୁର କପ୍ ଫୁଟବଲ୍ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍ ଟି ବୁଢ଼ାରଜା ଏଫ୍. ସି ଲାଞ୍ଜଗଡ଼ (କଳlହାଣ୍ଡି ) ଓ ସୁନ୍ଦରଗଡ଼ ଦୋସ୍ତି ବ୍ରଦର୍ସ ମଧ୍ୟରେ ହୋଇଥିବାବେଳେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ଟ୍ରlଇବ୍ରେକର ଜରିଆ ରେ ୧-୦ ଗୋଲରେ ଦୋସ୍ତି ବ୍ରାଦର୍ସ ବିଜୟୀ ହୋଇଥିଲା l ଦ୍ଵିତୀୟ ମ୍ୟାଚ୍ ଟି ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗୀର ଓ ଶିବ ସ୍ପୋର୍ଟସ ଝାରସୁଗୁଡ଼ା ମଧ୍ୟରେ ହୋଇଥଲା। ଏଥିରେ ୧-୦ ଗୋଲ ରେ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ବିଜୟୀ ହୋଇଥିଲେ l ସେହିପରି ୩ୟ ମ୍ୟାଚ୍ ଟି ସ୍ପୋର୍ଟସ ହଷ୍ଟେଲ ସମ୍ବଲପୁର ଓ ବୋଡାସମ୍ବର୍ ପଦ୍ମପୁର ମଧ୍ୟରେ ହୋଇଥିଲା । ଏଥିରେ ୧-୦ ରେ ବୋଡସମ୍ବର୍ ପଦମପୁର ବିଜୟୀ ହୋଇଥଲା । ଶେଷ ଲିଗ୍ ମ୍ୟାଚ୍ ଟି ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ଓ ରୋଭର୍ସ କ୍ଲବ କଟକ ମଧ୍ୟରେ ହୋଇଥିଲା । ଏଥିରେ ଫୁଲବାଣୀ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି କଟକ ଦଳ କୁ ୨-୦ ଗୋଲରେ ପରାଜିତ କରିଥିଲା l ରବିବାର ଉଭୟ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସେମିଫାଇନାଲ ସୁନ୍ଦରଗଡ଼ ଓ ପଦ୍ମପୁର ମଧ୍ୟରେ ଏବଂ ୨ୟ ସେମିଫାଇନାଲ ବଲାଙ୍ଗୀର ଓ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ର ରୁ ପ୍ରକାଶ l ଶନିବାର ଉଦଘାଟନୀ ଦିବସରେ ଆୟୋଜକ କମିଟି ସଭାପତି ପର୍ଶୁରାମ ଦେହୁରୀ ଙ୍କ ସଭାପତିତ୍ଵ ରେ ବୌଦ୍ଧ କରପରେସନ ଡେପୁଟି ରେଞ୍ଜର ପ୍ରସନ୍ନ ନାୟକ ଏବଂ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଳା ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମ୍ୟାଚ୍ ଗୁଡିକରେ ଧାରା ବିବରଣୀ ପ୍ରଦାନ କରିଥିଲେ ନରେଶ କୁମାର କାଣ୍ଡ ଓ ଅଭିମନ୍ୟୁ ବଗର୍ତ୍ତି l ସମ୍ପାଦକ ସତ୍ୟନାରାୟଣ ମହାକୁର , ଅଜିତ ନାଏକ , ଅମିତ୍ ମହାକୁର , ସିଦ୍ଧାର୍ଥ ପାତ୍ର , ପ୍ରାଣବନ୍ଧୁ କାଣ୍ଡ ଙ୍କ ସହିତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ