କାମାକ୍ଷାନଗରରେ ରକ୍ତ ଦାନ ଶିବିର


କାମାକ୍ଷାନଗର: କାମାକ୍ଷାନଗରରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାରଙ୍ଗଧର ଷ୍ଟାଡିୟମ ପରିସରରେ ଥିବା ଗଡଜାତ ଭବନ ପରିସରରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ( ଅମୃତ ବିନ୍ଦୁ ) ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ର ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ ଶିବିର କୁ ଉଦ୍ଘାଟନ କରିଥିଲେ ।ପୂର୍ବତନ ନଗରପାଳ ଗୋବିନ୍ଦଚନ୍ଦ୍ର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମିତି ଆବାହକ ପ୍ରତ୍ୟୁଷ କୁମାର ମିଶ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ପ୍ରେମାନନ୍ଦ ସାହୁ , ଟେକନେସିଆନ ପରମାନନ୍ଦ ପଣ୍ଡା, ରାକେଶ ବେହେରା , ଆଟେଣ୍ଡାଣ୍ଟ ବରୁଣ ସାହୁ , ତପନ ଜେନା , ଅଜୟ ସ୍ୱାଇଁ ଙ୍କ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ଗ୍ରୀଷ୍ମ ସମୟରେ ଜିଲ୍ଲାରେ ରକ୍ତ ର ପ୍ରଚୁର ଆବଶ୍ୟକତା ଥିବା ସମୟରେ ସଂଗଠନ ର ଏହି ଅମୃତ ବିନ୍ଦୁ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଉଚ୍ଚ ପ୍ରଶଂସା କରିବା ସହ ରକ୍ତ ଦାତା ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।ଏଥିରେ ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସମାଜ ସେବି ହିମାଂଶୁ ଶେଖର ମହାପାତ୍ର , ବାଳକୃଷ୍ଣ ନାୟକ , ସୁମନ୍ତ ଜେନା ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଦାଶ , ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରମୋଦ ମୁମାର ଦାସ , ପୂର୍ବତନ ଆବାହକ , ହୃଷିକେଶ ମହାପାତ୍ର , ଅଦ୍ବେତ କୁମାର ମହାପାତ୍ର , ଆଦିତ୍ୟ ପ୍ରସାଦ କର , ନିରଞ୍ଜନ ସାହୁ , ସଂଯୋଜକ ପ୍ରଶାନ୍ତ କୁମାର ବେହେରା , ବିମଳ କୁମାର ପରିଡା , ଶୁଭ୍ରାଂଶୁ ନନ୍ଦ , ଆର୍ତ୍ତବନ୍ଧୁ ଦାସ , ପ୍ରକାଶ ଚନ୍ଦ୍ର ବେହେରା , ଇନ୍ଦ୍ରଜିତ ପଟ୍ଟନାୟକ ,ପ୍ରଫୁଲ୍ଲ କୁମାର ସାହୁ , ଇନ୍ଦ୍ରଜିତ ପଟ୍ଟନାୟକ, ସୁଶାନ୍ତ ନାଥ ସଂଯୋଜିକା ଶାନ୍ତିଲତା ଦାଶ , ବୀଣାପାଣି ମହାପାତ୍ର , ବିନୋଦିନି କର , ମାନସୀ ମହାନ୍ତି, ବାସନ୍ତି ମହାପାତ୍ର , ରେଣୁପ୍ରଭା ମହାପାତ୍ର , ଦୀପିକା ପରିଡା , ସଶ୍ମିତା ଦାସ , ଉର୍ମିଳା ସାହୁ , ଅନ୍ନପୂର୍ଣ୍ଣା ପଣ୍ଡା , ଗାୟତ୍ରୀ ନାଥ , ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।