ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ରାଜନଗରରେ ବୁଢାଦେଓଙ୍କ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି l ଏଥିରେ ଗଣ୍ଡ ସମାଜ ରାଜ୍ୟ କାର୍ଯକାରିଣୀ ସଦସ୍ୟ ବାମନ ଧରୁଆ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ଭୋଇ , ସମ୍ମାନିତ ଅତିଥି ଭାବେ ଗଣ୍ଡ ସମାଜ ଜିଲ୍ଲା ସଭାପତି ବିରାଜ ଭୋଇ , ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା , ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଲମ୍ବୋଦର ଧରୁଆ ପ୍ରମୁଖ ଯୋଗ ଦେଇଥିଲେ l ଅନ୍ୟତମ ଅତିଥିଭାବେ ଗଣ୍ଡ ସମାଜ ଜିଲ୍ଲା ସମ୍ପାଦକ ବିରଞ୍ଚି କୁଅଁର , ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ଉପସଭାପତି ଗୁପ୍ତେଶ୍ୱର ମଲ୍ଲିକ , ଏସ ପତ୍ରାପାଲି ସରପଞ୍ଚ ସନାତନ ମହାଲିଙ୍ଗ , ବ୍ଳକ ଆଦିବାସୀ କଲ୍ୟାଣ ସଂଘ ସଭାପତି ନନ୍ଦନ ବାରିକ , ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ସଙ୍ଘ କୋଡିନେଟର ଆଡବାକ ସାର , ଡୁଙ୍ଗୁରିପାଲି ବ୍ଲକ ସଭାପତି ସାହେବ ଭୋଇ , ସୋନପୁର ବ୍ଲକ ସଭାପତି ପ୍ରମୋଦ ଧରୁଆ ପ୍ରମୁଖ ଯୋଗ ଦେଇ ବୁଢାଦେଓ ବାର୍ଷିକ ଉତ୍ସବ ଉପରେ ଆଲୋକପାତ କରିଥିଲେ । ଏଥିରେ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବା ବେଳେ ଜୟକୃଷ୍ଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ୪୦ଜଣ କୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଲିଙ୍ଗରାଜ , ତ୍ରିନାଥ ଭୋଇ , ପୂର୍ଣଚନ୍ଦ୍ର ମାଝୀ , ତହସିଲ ମାଝୀ , ଯଦୁ ମାଝୀ , ମଗନ ପଧାନ , ମାଧବ ବାରିକ , ରମା ବଲ୍ଲଭ ପଧାନ ପ୍ରମୁଖ ସହଯୋଗ କରିଥିଲେ l
ରାଜନଗରରେ ବୁଢ଼ା ଦେଓ ଙ୍କ ବାର୍ଷିକ ଉତ୍ସବ
