Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁରା ଜାତୀୟ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ଉତ୍ସବ ପାଳିତ।

ଗୋପାଳପୁର,୨୧/୦୧ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ସ୍ଥିତ ଡୁରା ଜାତୀୟ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ଉତ୍ସବ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ତଥା ଡୁରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ବନମାଳୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ଏପରି କାର୍ଯକ୍ରମ ଆୟୋଜନ କରି ଥିବାରୁ ସାଧୁବାଦ ଜଣାଇଥିଲେ ଗତକାଲି ଉତ୍ତମ ପେପର,ଆଜି ହେଉଛି ନ୍ୟୁଜ ପେପର, ଆସନ୍ତା କାଲି ହେଉଛି ପ୍ରଶ୍ନପତ୍ର କିନ୍ତୁ ଏହାକୁ ଯେଉଁ ବିଦ୍ୟାର୍ଥୀ ମାନେ ପାଳନ ନକରିବେ ତାହା ହେଲେ ସେମାନଙ୍କ ଜୀବନ ଟଇସଉ ପେପର ପରି ହୋଇ ଯିବ ବୋଲି ମତବ୍ୟକ୍ତ କରିଥଲେ।। ମୁଖ୍ୟ ବକ୍ତା ଭାବେ ଭାବେ ଦକ୍ଷିଣାଞ୍ଚଳ ଉଚ୍ଚ ଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ ଡ଼ କୁଳମଣି ଓଝା, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ଜାତୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ , ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ବେହେରା, ବ୍ରହ୍ମା କୁମାରୀ ମଞୁ ଦିଦି ଓଃ ବ୍ରହ୍ମା କୁମାରୀ ମାଳା ଦିଦି ପ୍ରମୁଖ ମଞ୍ଚାସିନ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଛାତ୍ର ସଂଘ ର ଲକ୍ଷ୍ମୀ ନାରାୟଣ ପାତ୍ର, କୃଷ୍ଣଚନ୍ଦ୍ର ମହାରଣା, ବିଭୂତି ଭୂଷଣ ପାତ୍ର, ଗୌରୀ ଶଙ୍କର ମହାରଣା,ଗୋପଳ କୃଷ୍ଣ ପାଢ଼ୀ ,ମମତା ମୟୀ ରଣା,ଅଜିତ କୁମାର ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପ୍ରାକ୍ତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।