ବୀରମହାରାଜପୁର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ଯରେ ଚାଲିଥିବା ସପ୍ତମ ରାଜ୍ଯସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ; ସୁନ୍ଦରଗଡ ଦୋସ୍ତି ବ୍ରଦର୍ସ ଚମ୍ପିଆନ୍ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ଯରେ ଚାଲିଥିବା ସପ୍ତମ ରାଜ୍ଯସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଦୁଇଟି ସେମିଫାଇନାଲ ଖେଳ ମଧ୍ୟରୁ ପ୍ରଥମ ସେମିରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦର୍ସ , ପଦମପୁର ବୋଡାସମ୍ବର କ୍ଲବ କୁ 1-0 ଗୋଲରେ , ଦ୍ଵିତୀୟ ସେମିରେ ବଲାଙ୍ଗିର ସ୍ପୋର୍ଟସ୍ ହଷ୍ଟେଲ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲ କୁ 2-0 ଗୋଲରେ ପରାସ୍ତ କରି ଫାଇନାଲ୍ କୁ ପ୍ରବେଶ କରିଥିଲା I ଉଭୟ ମ୍ୟାଚ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଆତ୍ମା ଅଧ୍ୟକ୍ଷ ଦିବସ୍ଵତୀ ପଣ୍ଡା , ବିଜେପି ନେତା ବଲରାମ ସୁନା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ I ଏ ଅବସରରେ ମହେଶ ପଧାନ ଙ୍କୁ ମେନ ଅଫ ଦି ମ୍ୟାଚ୍ , ପ୍ରଶାନ୍ତ କେରକେଟl ଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ଓ ଶ୍ରୀ କାନ୍ତ ଙ୍କୁ ଡିଫେଣ୍ଡର ଭାବେ ପୁରସ୍କୃତ କରାଯାଇଛିଥିଲା I ଫାଇନାଲ ମ୍ୟାଚ ପ୍ରଶାନ୍ତ କେରକେଟl ଙ୍କ ଦୁଇଟି ଗୋଲରେ ସୁନ୍ଦରଗଡ଼ର ଦୋସ୍ତି ବ୍ରଦର୍ସ 2-0 ରେ ଜିତି ଚାମ୍ପିଆନ୍ ଘୋଷିତ ହୋଇଛି l ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଓ ହିଲୁଙ୍ଗ ସମିତି ସଭ୍ୟ ଶୈଲରଞ୍ଜନ ବାଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ l ଶିବୁ କେରକେଟl , ଶ୍ରୀନିବାସ ରାଓ , ନୀଳ ନାଏକ , ଗୋପିନାଥ ପଣ୍ଡା , ଜିତୁ ପାତ୍ର , ସୁଧାଂଶୁ ସେଠ୍ ଖେଳ ପରିଚାଳନା କରିଥିଲେ l ନରେଶ କାଣ୍ଡ ଓ ଅଭିମନ୍ୟୁ ବଗର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ l