Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଭୁ ଶ୍ରୀରାମଙ୍କ ପ୍ରତିଷ୍ଠା ଅବସରରେ ଅଯୋଧ୍ୟାରୁ ଗାଁ ସହର ସବୁଠି ଉତ୍ସବ ମୁଖର

ଚିପିଲିମା,ଆଜିଥିଲା ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ।ଆଜି ପୁରା ଅଯୋଧ୍ୟା ଜନସମୁଦ୍ର ପାଲଟିଥିବାବେଳେ, ଜୟ ଶ୍ରୀରାମ ଧ୍ୱନିରେ ମୁଖରୀତ ହୋଇଥିଲା।ହେଲେ ଅଯୋଧ୍ୟାରୁ ପୁର ପଲ୍ଲୀ ମଧ୍ୟ ଦିନ ତମାମ ରାମାମୟ ହୋଇଥିଲା।ଗାଁଠୁ ସହର ପ୍ରତ୍ୟେକ ମନ୍ଦିର ତଥା ଅନୁଷ୍ଠାନରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା,ହବନ,ଭଜନ,କୀର୍ତ୍ତନ,ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେକ ସ୍ଥାନରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।ସମ୍ବଲପୁର ଧନକଉଡା ବ୍ଲକ କଳାମାଟି,ବସନ୍ତପୁର,କାର୍ଡୋଳା, କୁଦ ଗୁଣ୍ଡେରପୁର ପଞ୍ଚାୟତ ତଥା ସମ୍ବଲପୁର ମହାନଗର ଅନ୍ତର୍ଗତ ବୁର୍ଲା,ଆ କଟାପାଲି,ବୈଜମୁଣ୍ଡା,ସାନସିଂହରୀ,ଚାଉରପୁର,ସେଂହାପାଲି,ବଗବିରା,ଟିହିକିପାଲି,ଭଳି ପ୍ରତ୍ୟେକ ସ୍ଥାନରେ ମନ୍ଦିର ଅନୁଷ୍ଠାନ ମାନଙ୍କରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ହୋଇଥିଲା।ଏହି ଅବସରରେ ପ୍ରତ୍ୟେକ ସ୍ଥାନରେ ଭଜନ
କୀର୍ତ୍ତନ ଅନୁଷ୍ଠିତ ହୋଇଥିବାବେଳେ,ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ଅଞ୍ଚଳ ସାରା ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା। ଦିନ ତମାମ ସବୁଠି ଉତ୍ସବ ମୁଖର ହୋଇଥିବାବେଳେ,ସନ୍ଧ୍ୟାରେ ପ୍ରତ୍ୟେକ ଦ୍ୱାର ରେ ଦୀପ ପ୍ରଜ୍ବଳନ ହୋଇଥିଲା।ଏହି ଅବସରରେ ସନ୍ଧ୍ୟାରେ ସତେ ଯେମିତି ଲାଗୁଥିଲା ଦୀପାବଳୀ ଭଳି।ବାଣ ଫୋଟକାରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।କେଉଁଠି ମିଷ୍ଟାନ୍ନ ବଣ୍ଟନ ହୋଇଥିଲା ତ କେଉଁଠି ଅନ୍ନଭୋଗ,ଖେଚୁଡ଼ି,ଆଦି ବଣ୍ଟନ ହୋଇଥିଲା।ଚିପିଲିମା ଚା ଦୋକାନୀ ମାର୍କଣ୍ଡ ନାୟକ ଖୁସିରେ ଦିନତମାମ ସମସ୍ତଙ୍କୁ ମୁକ୍ତରେ ଚା ବଣ୍ଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ