Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିସେରୀ କଲେଜରେ ନୂଆ ଓ ର ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ।

ଗୋପାଳପୁର ୨୩/୧ ମାଣ୍ଡିଆପଲ୍ଲୀ ସ୍ଥିତ ଫିସେରୀ କଲେଜରେ ଆଜି ନୂଆ ଓ ର ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଧେଶକ ଡ଼. କୈଳାଶ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ନିଜ ଭିତରେ ଥିବା ପ୍ରତିଯୋଗିତାର ଆଗ୍ରହକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ l ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପଜ ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ଆଗକୁ ନେବା ପାଇଁ କହିଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼. ସଂଗ୍ରାମ କେଶୋରୀ ସାମନ୍ତରାୟ ଯୋଗ ଦେଇ ଶ୍ରୀ ଜଗନ୍ନାଥ ତଥା ଓଡ଼ିଆ ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l କଲେଜ ଅଧକ୍ଷ ପ୍ରଫେସର ସନ୍ତୋଷ କୁମାର ଉଦଗାତା,ନୋଡାଲ ଅଫିସର ଡ଼. ମନୋଜ କୁମାର ତ୍ରିପାଠୀ, କଲେଜର ସାହିତ୍ୟ ସଂସଦର ସମ୍ପାଦକ ମୃତ୍ୟୁଞ୍ଜୟ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କଲେଜର ସାହିତ୍ୟ ସଂସଦର ସହ ସମ୍ପାଦିକା ସୌମ୍ୟା ପ୍ରିୟଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories