ଅଦିନିଆ ବର୍ଷା ଫିକା କରିଦେଲା ବୀର ସୁରେନ୍ଦ୍ର ସାଏ ଜୟନ୍ତୀ,ସାଧାରଣ ଭାବରେ ପାଳିଲେ ଜୟନ୍ତୀ


ଚିପିଲିମା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଚିପିଲିମା ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ରୀଡା ଓ ସାଂସ୍କୃତିକ ସଂଘ (ଭିଏସଏସ) ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପ୍ରତିବର୍ଷ ପାଳନ କରିଆସୁଥିବାବେଳେ ଏହା ଚଳିତ ବର୍ଷ ୩୮ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ସମ୍ପାଦକ ଗଣେଶ ତlଣ୍ଡିଆ ଙ୍କ ନେତୃତ୍ୱରେ ଏକ ଦଳ ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ମଶାଲ ଶୋଭାଯାତ୍ରା ବାହାରି ଚିପିଲିମା ପହଞ୍ଚିଥିଲା l ଚିପିଲିମା ପହଞ୍ଚିବାପରେ ସଂଘର ସଭାପତି ଜୟ ଶଙ୍କର ତିୱାରୀ ,କୋଷାଧ୍ୟକ୍ଷ ହରେଶ ଚନ୍ଦ୍ର ଦଳାଇ ,ମହେନ୍ଦ୍ର ରାଉତ ସମେତ କ୍ଲବ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସୁରେନ୍ଦ୍ର ସାଏ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ମଶାଲ ରଖି ପୂଜାର୍ଚ୍ଚନା କରିଥିଲେ l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମଧାମ ରେ ବାର୍ଷିକୋତ୍ସବ ପାଳନ ପାଇଁ କ୍ଲବ ପକ୍ଷରୁ ୨ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ଆୟୋଜନ କରାଯାଇଥିଲା l କିନ୍ତୁ ଅଦିନିଆ ମେଘ ଓ ବର୍ଷା ଯୋଗୁଁ ସବୁ ଫିକାପଡ଼ିଯାଇଥିଲା l ବୀର ସୁରେନ୍ଦ୍ର ସାଏ କ୍ରୀଡା ଓ ସାଂସ୍କୃତିକ ସଂଘ ପକ୍ଷରୁ ଅଦିନିଆ ବର୍ଷା କୁ ଦେଖିଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।ପାଣିପାଗ ଠିକ ରହିଲେ ଆସନ୍ତା ୨୭ ଓ ୨୮ ତାରିଖ କୁ ଘୁଞ୍ଚାଇଦିଆଯାଇଛି l ଏହି ମଶାଲ ଅଭିଯାନ କାର୍ଯ୍ୟକ୍ରମରେ ସାଗର ସାହୁ, ଶ୍ରୀଜିତ ସାହୁ, ଅମନ୍ ସାହୁ, ଚିନୁ ବିଶ୍ଵାଳ,ଶରତ ଚନ୍ଦ୍ର ସ୍ୱାଇଁ, ଅନିକେତ ବଡ଼ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l