Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ମାହେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ- ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ସୁବର୍ଣ୍ଣପୁର: ( ରାଜ କିଶୋର ତ୍ରିପାଠୀ )ଆଜି ସୋନପୁର ଖମ୍ବେଶ୍ୱରୀ ପାଲି ସ୍ଥିତ ମା ମାହେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ- ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷା ସ୍ଵପ୍ନା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ମେଣ୍ଢା କଲେଜ ର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଶ୍ରୀ ଜୀତେନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ମେଣ୍ଢା କଲେଜ ର ଇଂରାଜୀ ଅଧ୍ୟାପକ ଆନନ୍ଦ ସାହୁ, ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ମିଶ୍ର, ଶ୍ରୀ ନାରାୟଣ ନାୟକ ଯୋଗ ଦେଇଥିଲେ। ଅଧ୍ୟାପିକା ଚୁମକି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ଙ୍କ ଦ୍ଵାରା ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଖେଳ ଶିକ୍ଷକ ମଦନ ମୋହନ ପୁଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନୁଷ୍ଠାନ ର ବେଦବ୍ୟାସ ବାଘ ଓ ସୁନୀଲ କୁମାର ସେଠୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ