Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଠାରୁ ୪ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ।ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଆଭାସି ରେ ମହୋତ୍ସବ ଉଦଘାଟନ !

ଗୋପାଳପୁର,୨୪/୦୧
ବହୁ ବାଦବିବାଦ ପରେ ଆଜି ଠାରୁ ୪ ଦିନ ଧରି ଆରମ୍ଭ ହେବାକୁ ଯାଉଅଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଚଳିତବର୍ଷ ମହୋତ୍ସବ କୁ ଜାକଜମକରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ରହିଥିବା ବେଳେ ୪ ଦିନ ରେ କେଉଁ କେଉଁ ଅତିଥି କାର୍ଯ୍ୟକ୍ରମ ରେ ଯୋଗ ଦେବେ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା କିମ୍ବା ନିମନ୍ତ୍ରଣ ପତ୍ର ବଣ୍ଟନ କରା ଯାଇ ନାହିଁ। ଅନ୍ୟ ପଟେ ମହୋତ୍ସବ ରେ ମେଗା କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ସନମ ବ୍ୟାଣ୍ଡ,୨୬ ତାରିଖରେ ଓଡ଼ିଆ ଗାୟକ ସୟମ ପାଢ଼ୀ, ଦୀପ୍ତି ରେଖା ପାଢ଼ୀ ,ସଚେତ ପରମ୍ପରା,୨୭ ତାରିଖରେ ଗାୟିକା ଶିଳ୍ପୀ ରାଓ, ପ୍ରଜ୍ଞା ହୋତା ଶେଷ ଦିନରେ ଗାୟିକା ଭୂମି ତ୍ରିବେଦୀ, ମିଥୁନ ଶର୍ମା,ଅଦିତି ସିଂ ଶର୍ମା ପ୍ରମୁଖ ସାମିଲ ରହୁଥିବା ବେଳେ ମିଶନ ଶକ୍ତିର ହସ୍ତତନ୍ତ କଳାକୃତି, ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶନ କରି ବିକ୍ରି କରିବା ପାଇଁ ପ୍ରସ୍ତୁତି ସରିଥିବା ବେଳେ ଲୋକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ କଳାକାର ଚୟନ ହୋଇଛି l ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ମିନାବଜାର, ଫୁଡ କୋର୍ଟ,ରାମ ଦୋଳି, ବିଜୁ ପଟନାୟକ ପାର୍କ ଆଦିର ମଜା ନେଇପାରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ନୃତ୍ୟ, ଓଡ଼ିଶାର ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ,ପଶୁମୁଖା ନୃତ୍ୟ, ବାଘନାଟ, ଯୋଡ଼ି ଶଙ୍ଖ ଆଦି ସ୍ଥାନୀୟ କଳାକାର ସମେତ ବାହାର ଜିଲ୍ଲା ଓ ରାଜ୍ୟ ରୁ କଳାକାର ସାମିଲ ରହିବେ ବୋଲି ସୂଚନା ମିଳିଛି।ଏହା ସହ ପଲ୍ଲୀଶ୍ରୀ ମେଳା ସମେତ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ନିମନ୍ତେ ୩୦୦ ଷ୍ଟଲ ର ବ୍ୟବସ୍ଥା କରାଯାଇଛି।ମହୋତ୍ସବକୁ ନଜରରେ ରଖିବା ସହ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଟିକି ନିଖି ଖବର ରଖିବା ପାଇଁ ପ୍ରଶାସନ ପକ୍ଷରୁ ୨୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । । ଉକ୍ତ ସିସିଟିଭି କ୍ୟାମେରା ଉପରେ ନଜର ରଖିବା ନିମନ୍ତେ ଏକାଧିକ କୋଣ୍ଟ୍ରଲ ରୁମ ସ୍ଥାପନ କରାଯାଇଛି ।ପରିମଳ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, ରାସ୍ତା ଗୁଡିକର ମରାମତି, କଳାକାରମାନଙ୍କ ରହିବା ବ୍ୟବସ୍ଥା, ଯାତାୟତ ସୁବିଧା, ବିଦ୍ୟୁତ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା, ଟ୍ରାଫିକ୍ କୋଣ୍ଟ୍ରାଲ, ଅଗ୍ନିଶମ ବ୍ୟବସ୍ଥା,ସ୍ୱାସ୍ଥ୍ୟ ସୁରକ୍ଷା, ଖାଦ୍ୟମାନ ଯାଞ୍ଚ, ପ୍ରଚାର ପ୍ରସାର, ସ୍ମରଣୀକା ପ୍ରକାଶନ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭିଡ଼କୁ ନଜରରେ ରଖି ୧୦ ପ୍ଲାଟୁନ ଫୋର୍ସ ସହ ବହୁ ପୁଲିସ ଅଧିକାରୀ ନିୟୋଜିତ ହେବେ l ଆବଶ୍ୟକ ପଡିଲେ ଅଧିକ ଫୋର୍ସ ମଗାଯିବ ବୋଲି ବ୍ରହ୍ମପୁର ଏସ ପି ଡା. ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି lଚଳିତବର୍ଷ ୪ ଦି ନିମନ୍ତେ ପ୍ରଶାସନ ପକ୍ଷରୁ ଗୋଟିଏ ଷ୍ଟଲ ନିମନ୍ତେ ୨୫ ହଜାର ଟଙ୍କା ଭଡ଼ା ରଖା ଯାଇଥିବା ଯୋଗୁଁ ଚଳିତ ଥର ଅନେକ ବ୍ୟବସାୟୀ ମହୋତ୍ସବ ଠୁ ଦୂରେଇ ରହିଥିବା ଜଣାପଡିଛି। ଅନ୍ୟ ପଟେ ସ୍ଥାନୀୟ ଏନ ଏ ସି ପକ୍ଷରୁ ମୁଖ୍ୟ ବେଳାଭୂମି ରେ ଭଙ୍ଗାରୁଜା ଅବସ୍ଥାରେ ପଡି ରହିଥିବା ଲାଇଟ୍ ଗୁଡ଼ିକର ମରାମତି କରା ଯାଇନଥିବା ବେଳେ ମୁଖ୍ୟ ବେଳାଭୂମି କୁ କେବଳ ୨ ଟି ହାଇମାକ୍ସ ଲାଇଟ୍ ଭରସା ରହିଛି।ଏହା ସହ ବେଳାଭୂମି ସମେତ ଗୋପାଳପୁର ରେ ୪ ଟି ଶୌଚାଳୟ କୁ ମଧ୍ୟ ସଠିକ ଭାବେ ସଜଡା ଯାଇନଥିବା ବେଳେ ବିକଳାଙ୍ଗ ନିମନ୍ତେ ଗତ ୨ ବର୍ଷ ତଳେ ନିର୍ମାଣ କରାଯାଇଥିବା ଶୌଚାଳୟ କୁ ଆଜି ଯାଏଁ କାର୍ଯ୍ୟକ୍ଷମ କରା ଯାଇ ପାରିନାହିଁ। ଏଣୁ ମହୋତ୍ସବ ଆୟୋଜନ ସମୟରେ ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକ ମାନେ ହଇରାଣ ହେବା ଆଶଙ୍କା ଦେଖା ଦେଇଛି। ପ୍ରଶାସନ ପକ୍ଷରୁ କିନ୍ତୁ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଶୌଚାଳୟ ର‌ ବ୍ୟବସ୍ଥା କରା ଯାଇଥିବା ସୂଚନା ଦିଆଯାଇଛି, କିନ୍ତୁ ଅନେକ ସମୟରେ ସେଗୁଡିକ ରେ ପାଣି ରହୁନଥିବା ସହ ସେଗୁଡ଼ିକ ସଠିକ ଭାବେ ସଫେଇ ହେଉନଥିବାରୁ ଅନେକ ସମୟରେ ଅସନ୍ତୋଷ ଦେଖା ଦେଇଥାଏ। ଏଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories