Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତ୍ରପୁର ଗ୍ରାମପଞ୍ଚାୟତରେ ନୂଆ ଓଡ଼ିଶା-ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି,୨୪/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମପଞ୍ଚାୟତଠାରେ ଆଜି ନୂଆ ଓଡ଼ିଶା-ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ସହକାରୀଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସରୋଜ ପ୍ରଧାନ, ସାମାଜିକ ସଂପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ର, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାରସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସେନାପତି ନାଏକ, ସମିତି ସଭ୍ୟ ସନ୍ୟାସୀ ମାଝୀ, ନାଏବ ସରପଞ୍ଚ ଲଳିତମୋହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ସୁଷମା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗାଁରୁ ଏକ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ସାମିଲ ହୋଇଥିଲେ। ଗ୍ରାମ ରୋଜଗାର ସେବକ କିଶୋର ହିଆଁଲ, ଯୋଗାଣ ସହାୟକ ମିଥୁନ ମହାକୁଡ଼, ଏମବିକେ ତପସ୍ବିନୀ ନାଏକ, ସମାଜସେବୀ ସୁଦର୍ଶନ ଗରଡିଆଙ୍କ ସମେତ ୱାର୍ଡସଭ୍ୟ, ସଭ୍ୟା, ସିଆରପି, ଆଶା, ଅଙ୍ଗନୱାଡ଼ି କର୍ମୀ, ମହିଳା ଗୋଷ୍ଠୀର ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିଲେ। ଏଇ ଅବସରରେ ଖେଳାଳୀମାନଙ୍କୁ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଥିଲା।