ବୀରମହାରାଜପୁର ( ସୌମିତ୍ରି ମେହେର ) : ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲା ରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ରୂପାନ୍ତରୀକରଣ ପ୍ରକିୟା ରେ ବହୁ ପୁରୁଣା ହାଇସ୍କୁଲ ଗୁଡ଼ିକୁ ସାମିଲ କରିଛନ୍ତି । ବର୍ତ୍ତମାନ ଜିଲ୍ଲାର ୪ର୍ଥ ପର୍ଯ୍ୟାୟରେ ୧୪ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ବୁଧବାର ସନ୍ଧ୍ୟାରେ ବୀରମହାରାଜପୁର ବ୍ଲକ ଜଟେସିଂହା ହାଇସ୍କୁଲ ପରିସରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି ‘ ତଥା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ପରିବାର ଓ କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି, ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜଟେସିଂହା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରିମା ଦେହୁରୀ ମୁଖ୍ୟମନ୍ତ୍ରୀ ଓ ‘୫-ଟି ‘ ଅଧ୍ୟକ୍ଷଙ୍କ ସହ ନିଜ ଅନୁଭୂତି ବଖାଣି ଥିଲେ । ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ ମେହେର , ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଉପାଧ୍ୟକ୍ଷ ନାରାୟଣ ଲୁହା , ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ , ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେସେରା , ସ୍ଥାନୀୟ ସମିତି ସଭ୍ୟା ରଶ୍ମିତା ପଣ୍ଡା , ସରପଞ୍ଚ ସୁନୀତା ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଗୁରୁଦୋତ୍ତ ମିଶ୍ର ପରିଚାଳନା କରିଥିଲେ।
ସୁବର୍ଣ୍ଣପୁର ଜିଲ୍ଲାର 14 ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ
