Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେମିତି ହେବ ରାମଲାଲାଙ୍କ ମୂର୍ତ୍ତି ? ବାସୁଦେବ କାମଥଙ୍କ ସ୍କେଚ୍ ଉପରେ ବାଜିଲା ମୋହର

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ସମଗ୍ର ଦୁନିଆର ଲୋକେ ରାମ ମନ୍ଦିର ନିର୍ମାଣ ପରେ ଏଠାକୁ ଆସି ରାମଲାଲାଙ୍କ ଦର୍ଶନ କରିବାକୁ ଆତୁର। ମନ୍ଦିରର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ରାମଲଲାଙ୍କ ମୂର୍ତ୍ତି ମଧ୍ୟ ବେଶ ଖାସ୍ ହେବାକୁ ଯାଉଛି। ତେବେ ରାମଲାଲାଙ୍କ ଏହି ମୂର୍ତ୍ତି କିଏ ନିର୍ମାଣ କରିବ ସେ ନେଇ ଦେଶର ବିଶିଷ୍ଟ ସ୍ଥପତି ଏବଂ ମୂର୍ତ୍ତିକାରଙ୍କୁ ଡିଜାଇନ ପ୍ରସ୍ତୁତ କରିବାର ଦାୟିତ୍ଵ ଦିଆଯାଇଥିଲା। ତେବେ ରାମଲାଲାଙ୍କ ମୂର୍ତ୍ତି ମୁମ୍ବାଇର କଳାକାର ବାସୁଦେବ କାମଥଙ୍କ ଡିଜାଇନ ଅନୁସାରେ ନିର୍ମାଣ କରାଯାଇପାରେ।

କାମଥ ପେନସିଲରେ ଆଙ୍କିଥିବା ରାମଲାଲାଙ୍କ ଡିଜାଇନ ରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ଉପସ୍ଥାପନ କରିଥିଲେ। ଏହି ବୈଠକ ଶନିବାର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ତାଙ୍କ ଦ୍ଵାରା ପ୍ରସ୍ତୁତ ସ୍କେଚକୁ ଚୟନ କରାଯାଇଥିବା ଜୈନକ ଅଧିକାରୀ କହିଛନ୍ତି। କିନ୍ତୁ ଏହାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ବୈଠକରେ ଏହାର ନିଷ୍ପତ୍ତି ମଧ୍ୟ ହୋଇ ନାହିଁ ଯେ, ମୂର୍ତ୍ତି ତିଆରି ପାଇଁ କେଉଁ ପଥର ବ୍ୟବହାର କରାଯିବ। ବୈଠକରେ ଟ୍ରଷ୍ଟର ସଦସ୍ୟ, ରାମ ମନ୍ଦିର ନିର୍ମାଣ ସମିତିର ସଦସ୍ୟ ଏବଂ ଶିଳ୍ପକାରଙ୍କ ଦଳ ଉପସ୍ଥିତ ଥିଲେ।

ଟ୍ରଷ୍ଟ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣର ଦାୟିତ୍ଵ ଶିଳ୍ପକାରଙ୍କୁ ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବରରେ ହିଁ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଆସନ୍ତା ବର୍ଷ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଉପଲକ୍ଷେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ସହ ସମାପ୍ତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ