ବୀରମହାରାଜପୁର ଧନୁଯାତ୍ରା ଆରମ୍ଭ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ୍ ଠାରେ ଦ୍ଵିତୀୟ ଧନୁଯାତ୍ରା ମସୋତ୍ସବ ବୁଧବାର ଦିନ ରାତି ନଅ ଟା ରେ ସୁଭାରମ୍ଭ ହୋଇଛି । ଧନୁଯାତ୍ରା କମିଟିର ସଭାପତି କିଶୋର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ସଭାରେ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବି ପ୍ରଦିପ କୁମାର ମିଶ୍ର , ସାହିତ୍ୟିକ ଦ୍ବିତୀକୃଷ୍ଣ ପଣ୍ଡା , ଲୁତୁରପଙ୍କ ସରପଞ୍ଚ ସୁର୍ଯ୍ୟ ନାରାୟଣ ନନ୍ଦ , ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପୃଥିବୀରରେ ପାପଭାରା ଅଧିକ ହେଲେ ଧର୍ମ ସଂସ୍ଥାପନ ପାଇଁ ଭଗବାନ ଅବତାର ଗ୍ରହଣ କରି ଧର୍ମ କରିଥାଆନ୍ତି ଏହା ଧନୁଯାତ୍ରାର ପରମ୍ପରା ବୋଲି କହିଥିଲେ । ପ୍ରଥମ ଦିନରେ ପୈାରାଣିକ ବିଷୟବସ୍ତୁ ଉପରେ ଆଧାରିତ ଦୁର୍ମିଳାଶୁର ବଧ ନାଟକ ମଞ୍ଚସ୍ଥ ହୋଇଥିଲା । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁର୍ମିଳାଶୁର ଭାବରେ ରୁଦ୍ର ମାଧବ ମେହେର , ମନ୍ତ୍ରୀ ଚତୁର୍ଭୁଜ ମେହେର , ଯୁବରାଜ କଂସ ଭାବରେ ଘନଶ୍ୟାମ ପଧାନ ଅଭିନୟ ବେସ୍ ଚିତ୍ତାକର୍ଷକ ଥିଲା I ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆକାଶବାଣୀ କଳାକାର ଦିଲ୍ଲୀପ l ହୃଷୀକେଶ ଓ ସହଦେବ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତି କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅକ୍ଷୟ ସରାପ୍ । ଚିନ୍ମୟ ସାହୁ , ପ୍ରକାଶ ପଧାନ, ପ୍ରସାନ୍ତ ଜଗଦଲା , ମଗନିଆ ମହାକୁର , ତନତୁ ଅଗ୍ରୱାଲ , ଆଦିତ୍ୟ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ମିନାବଜାର ସହିତ ଦୋକାନ ବଜାର ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।