ଆଜକା ପକ୍ଷରୁ ମାଣ୍ଡିଆ ପ୍ରସ୍ତୁତି ପୁଷ୍ଟି ଶସ୍ଯ ଖାଦ୍ୟ ମେଳା


ଝାରସୁଗୁଡା ୨୫/୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମହିମା ପୁରମ ପଞ୍ଚଗାଁ ବିଜାପାଲି ମହିମା ଆଶ୍ରମ ପରିସରରେ ଓଡ଼ିଶା ମିଲେଟ ମିଶନ ପ୍ରକଳ୍ପ ଆନୁକୂଲ୍ୟରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହାୟତା ଏବଂ ପ୍ରକଳ୍ପ ଚାଳକ ସ୍ବେଛାସେବୀ ଅନୁଷ୍ଠାନ ଆଜକା ପକ୍ଷରୁ ମାଣ୍ଡିଆରେ ପ୍ରସ୍ତୁତି ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ଆୟୋଜନ କରା ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ଓ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୁଷ୍ଟିଶସ୍ୟ ଖାଦ୍ୟ ମେଳାକୁ ଶୁଭ ଉଦଘାଟନ କରିଥିଲେ । ଉକ୍ତ ମେଳାରେ ଅଞ୍ଚଳର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଅଙ୍ଗନବାଡି କର୍ମୀ ଏବଂ ମହିମା ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଙ୍କ ସମେତ ପ୍ରାୟ ୩୦୦ରୁ ଅଧିକ ସଂଖ୍ୟକ ଲୋକ ଯୋଗଦାନ କରିଥିଲେ । ଓଡ଼ିଶା ମିଲେଟ୍ ମିଶନ୍ ଲଖନପୁର ବ୍ଲକର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକାର ପ୍ରୋଗ୍ରାମ କୋଡ଼ିନେଟର ଥୋମାସ ମାଝି, ସଂକଳ୍ପ ପ୍ରଡୁସର ଗ୍ରୁପ ର ସିଇଓ ମୁକେଶ ପଟେଲ, ସିଆରପି କ୍ଷୀରୋଦ ଖମାରୀ, କମଲେଶ ,ହରେଶ ବାରିକ, ପ୍ରକାଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।