ବୀରମହାରାଜପୁର : (ସୌମିତ୍ରି ମେହେର )
ଭୟ ନ କରି ଅଞ୍ଚଳ ପ୍ରତି ଦରଦ ଥିବା ନେତାଙ୍କୁ ସହଯୋଗ କରନ୍ତୁ ଏବଂ ବାଛନ୍ତୁ I କୋଶଲ ସପକ୍ଷରେ ମତ ଦେବାକୁ କୁଣ୍ଠାବୋଧ କରୁଥିବା ନେତାଙ୍କୁ ଚିହ୍ନନ୍ତୁ I ଏକଥା କହିଛନ୍ତି କୋସଲବାଦୀ ନେତା ତଥା କୋଶଲ ରାଜ୍ୟ ସମନ୍ଵୟ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର I ବୀରମହାରାଜପୁର ସ୍ଥିତ ସାମ୍ବାଦିକ ଭବନ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ l ରାଜ୍ୟ ସରକାର କୋଶଳାଞ୍ଚଳ କୁ ବାରମ୍ବାର ଅଣଦେଖା କରୁଥିବା ବେଳେ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନ କୁ ଦେଖି ସରକାର ଓ କେତେକ ନେତା କୋଶଲ ସପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ତଥା ସଭା ସମିତିରେ କହିବାକୁ ବାଧ୍ୟ ହେଉଛନ୍ତି l ଆଗକୁ କୋଶଳାଞ୍ଚଳ ର ସାମଗ୍ରିକ ବିକାଶ ପାଇଁ ବୀରମହାରାଜପୁର ରେ ବୁଦ୍ଧିଜିବୀ ସମ୍ମିଳନୀ କରିବାକୁ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ I ସାମ୍ବାଦିକ ସମ୍ମିଳନୀରେ କିଶୋର ହୋତା , ବାଦଲ ସିଂଦେଓ , ଆଶ୍ରୟ ମହାନନ୍ଦ , ଶ୍ରମିକ ନେତା ରବି ଶଙ୍କର ମିଶ୍ର , ଡ଼ୋଲାମଣୀ ପଧାନ ପ୍ରମୁଖ କୋଶଲ ସପକ୍ଷ ବାଦୀ ଉପସ୍ଥିତ ଥିଲେ l
ଭୟ ନ କରି ଅଞ୍ଚଳ ପ୍ରତି ଦରଦ ଥିବା ନେତାଙ୍କୁ ସହଯୋଗ କରନ୍ତୁ
