‘ଫ୍ରାନ୍ସ ପାଇଁ ବଡ ସମ୍ମାନର ବିଷୟ, ଥ୍ୟାଙ୍କୁ ଇଣ୍ଡିଆ’,ରିପବ୍ଲିକ ଡେ ଅବସରରେ କହିଲେ ମାକ୍ରନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ୨୦୨୪ ଉପଲକ୍ଷେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଭାରତକୁ ଧନ୍ୟବାଦ ଜଣାଇ କହିଛନ୍ତି, ଏହା ଫ୍ରାନ୍ସ ପାଇଁ ବହୁତ ସମ୍ମାନର କଥା । ଏହା ପୂର୍ବରୁ କର୍ତବ୍ୟ ପଥରେ ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇ ଏହାର ସାକ୍ଷୀ ସାଜିଥିଲେ ।
ପରେଡ ପରେ ମାକ୍ରନ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି, ଏହା ଫ୍ରାନ୍ସ ପାଇଁ ବହୁତ ବଡ ସମ୍ମାନର ବିଷୟ । ଧନ୍ୟବାଦ ଭାରତ । ଗଣତନ୍ତ୍ର ଦିବସ ପରେଡରେ ଯୋଗ ଦେବା ପାଇଁ ଇମାନୁଏଲ ମାକ୍ରନଙ୍କ ସହ ଫ୍ରାନ୍ସର ମାର୍ଚିଂ ଟିମ୍ ଓ ବ୍ୟାଣ୍ଡ ଗ୍ରୁପ ମଧ୍ୟ ଆସିଥିଲେ । ଷଷ୍ଠ ଥର ଭାବେ ଫ୍ରାନ୍ସର କୌଣସି ନେତା ଏହି ସମାରୋହରେ ଯୋଗ ଦେଇଛନ୍ତି ।
#WATCH | French President Emmanuel Macron tweets, "A great honor for France. Thank you, India."
— ANI (@ANI) January 26, 2024
He was the chief guest at the #RepublicDay2024 parade.
(Video: French President's 'X' account) pic.twitter.com/WZWnS3jRM9
ଭାରତ ଗସ୍ତର ପ୍ରଥମ ଦିନରେ ମାକ୍ରନ ଜୟପୁର ଗସ୍ତ କରିଥିଲେ । ଏହା ପରେ ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗଣତନ୍ତ୍ର ଦିବସରେ ଆୟୋଜିତ ଚିତାକର୍ଷକ ପରେଡ ସମାରୋହ ଦେଖିଛନ୍ତି । ତାଙ୍କ ବ୍ୟତୀତ ୟୁକେର ରାଜା ଚାର୍ଲ୍ସ ତୃତୀୟ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆପଣଙ୍କ ରାଷ୍ଟ୍ରୀୟ ଦିବସର ବିଶେଷ ଅବସରରେ ମୁଁ ଏବଂ ମୋର ପତ୍ନୀ ମହାମହିମ ଓ ଭାରତ ଗଣରାଜ୍ୟର ଲୋକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।
ଉଲ୍ଲେଖନୀୟ ଦେଶ ଆଜି ବେଶ ଧୁମଧାମର ସହ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଦିଲ୍ଲୀଠୁ ନେଇ ପୁରପଲ୍ଲୀ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଧାନୀ ଦିଲ୍ଲୀର କର୍ତବ୍ୟପଥରେ ଧ୍ୱଜାରୋହଣ କରିଛନ୍ତି । ଏହା ପରେ ଦେଶର ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା । ଗଣତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ଏହି ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୋଗ ଦେଇଛନ୍ତି । ଏହା ପରେ କର୍ତବ୍ୟ ପଥରେ ଚିତାକର୍ଷକ ପରେଡ ଆୟୋଜିତ ହୋଇଥିଲା ।