Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ ରୁ ସହର ସବୁଠି ହସ ଉଲ୍ଲାସରେ ଗଣତନ୍ତ୍ର ଦିବସ ପାଳିତ

ଚିପିଲିମା,୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଗାଁ ଠୁ ସହର ସବୁଠି ହସ ଉଲ୍ଲାସରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସମ୍ବଲପୁର ଧନକଉଡା ବ୍ଲକ କାର୍ଡୋଲା ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଙ୍ଗନବାଡି ଶିଶୁଙ୍କୁ ନେଇ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।ପରେ ସ୍କୁଲ ଓ ଅଙ୍ଗନବାଡି ଶିଶୁମାନେ ଜାତୀୟ ସଙ୍ଗୀତ ଗାନ କରି ଗାଁ ପରିକ୍ରମା କରିଥିବାବେଳେ,କାର୍ଡୋଳା ଏଥେଲେଟିକ କ୍ଲବ ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ,ସେଠାରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା।ବିଦ୍ୟାଳୟ ଓ କ୍ଳବ ଉଭୟ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଗାଁ ଗଉନ୍ତିଆ ଗଜାନନ ନାୟକ ନିମନ୍ତ୍ରିତ ଅତିଥିଭାବରେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ,ଶିକ୍ଷ୍ୟୟତ୍ରୀ,ଅଙ୍ଗନବାଡି କର୍ମୀ,କ୍ଳବ ସଭାପତି ଲୋକନାଥ ମେହେର ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା।ସେହିପରି ବୁର୍ଲା ସହରସ୍ଥିତ ଭୀମସାର,ଭିସୁଟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ,ହୀରାକୁଦ ପାୱାର ହାଉସ,ତଥା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ ହୋଇଥିଲା।ଅଭିଭକ୍ତ ଧନକଉଡା ବ୍ଲକ ଅଧିନସ୍ଥ ଚାଉରପୁର,ସେଂହାପାଲି,ବୈଜାମୁଣ୍ଡା,ଆକଟାପାଲି,କଳାମାଟି,ବସନ୍ତପୁର, କୁଦ
ଗୁଣ୍ଡେରପୁର,ପଞ୍ଚାୟତ ର ସମସ୍ତ ସ୍କୁଲ କଲେଜ ସରକାରୀ ଅନୁଷ୍ଠାନ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗଣତନ୍ତ୍ର ଦିବସ ହସ ଉଲ୍ଲାସରେ ପାଳିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ