Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

.ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁରରେ ଗଣତନ୍ତ୍ର ଦିଵସ

ଗୋପାଳପୁର,୨୬/୦୧
ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନରେ ଶୁକ୍ରବାର ଦିନ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ପ୍ରାଚାର୍ଯ୍ୟ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଗଣତନ୍ତ୍ରର ମହତ୍ତ୍ୱ ଓ ଗାରିମା ବିଷୟରେ ପ୍ରେରଣାଦାୟୀ ଉଦବୋଧନ ପ୍ରଦାନ କରିଥିଲେ। ମାନନୀୟ ପ୍ରାଚାର୍ଯ୍ୟ ଙ୍କ ପତ୍ନୀ ଶ୍ରୀମତୀ ମମତା ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ଶ୍ରୀଯୁକ୍ତ ଆନନ୍ଦ ସିଂହ ମଞ୍ଚ ପରିଚାଳନା କରିଥିଲେ। ସୁଖ କୁମାରୀଙ୍କ ନେତୃତ୍ଵରେ NCC ଟ୍ରୁପ୍ ବିଦ୍ୟାଳୟ ପରିସରରେ ପ୍ୟାରେଡ୍ କରିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକି ପିଲାମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ଉଜ୍ଜିବିତ କରିଥିଲା। ପରିଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories